୨୦ ଡିଗ୍ରି ତଳକୁ ଖସିଲାଣି ଓଡିଶାର ତାପମାତ୍ରା, ଆହୁରି କମିବାନେଇ ଆଶା କରୁଛି ପାଣିପାଗ ବିଭାଗ

୨୦ ଡିଗ୍ରି ତଳକୁ ଖସିଲାଣି ଓଡିଶାର ତାପମାତ୍ରା, ଆହୁରି କମିବାନେଇ ଆଶା କରୁଛି ପାଣିପାଗ ବିଭାଗ

ଓଡ଼ିଶାକୁ ଛୁଇଁଛି ପହିଲି ଶୀତ । ପାରଦ ଖସିବା ସହ ଧୀରେ ଧୀରେ ବଢୁଛି ଶୀତ । ଶୀତ ସହ ଦୃଶ୍ୟମାନ ହେଉଛି ଘନ କୁହୁଡି ।

ଓଡ଼ିଶାକୁ ଛୁଇଁଛି ପହିଲି ଶୀତ । ପାରଦ ଖସିବା ସହ ଧୀରେ ଧୀରେ ବଢୁଛି ଶୀତ । ଶୀତ ସହ ଦୃଶ୍ୟମାନ ହେଉଛି ଘନ କୁହୁଡି । ସ୍ବାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୪ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । 

ସୂଚନାନୁସାରେ, ଆସନ୍ତାକାଲି ସୋମବାର ରାତିଠାରୁ ପାଗରେ ପରିବର୍ତ୍ତନ ଆସିବ। ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ଆକଳନ କରାଯାଉଛି, ନଭେମ୍ବର ୫ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ିବ। ନଭେମ୍ବର ୧ ସୁଦ୍ଧା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଗତକାଲି ରାଜ୍ୟକୁ ଉତ୍ତର-ପଶ୍ଚିମ ପବନ ବହୁଥିଲା। ଆଜି ସଂଧ୍ୟାରୁ ଉତ୍ତର-ପୂର୍ବ ପବନ ବହୁଛି। ତା’ ପରଦିନ ପୂର୍ବା ପବନ ଓ ପୁଣି ଉତ୍ତର-ପଶ୍ଚିମା ପବନ ବହିବାର ସମ୍ଭାବନା ରହିଛି। ନଭେମ୍ବର ୨ ଓ ୩ ତାରିଖରେ ପୂର୍ବା ପବନ ଓ ଉତ୍ତର-ପଶ୍ଚିମା ପବନ ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରରେ ପରସ୍ପର ମିଶିବାର ସମ୍ଭାବନା ରହିଛି। ଅନୁମାନ କରାଯାଉଛି, ନଭେମ୍ବର ୨ ଓ ୩ରେ ଦକ୍ଷିଣ ଉପକୂଳ, ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରରେ ପାଗ ଆଂଶିକ ମେଘୁଆ ସହିତ ହାଲୁକା ଓ ସ୍ଥାନେ ସ୍ଥାନେ ସ୍ବଳ୍ପ ବର୍ଷା ହୋଇପାରେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.