ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି ସମୟରେ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ। ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୫ ଡିଗ୍ରି ଯାଏ ଅଧିକ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।ରାଜ୍ୟରେ ସାମୁଦ୍ରିକ ବାୟୁ ପ୍ରଭାବରେ ଶୀତ କମିଛି। କିନ୍ତୁ ରବିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଅନୁଗୁଳ, କଟକ ଓ ବଲାଙ୍ଗୀରରେ ଘନ କୁହୁଡ଼ି ଦେଖାଯାଇଥିଲା।