ତୋଷଖାନା ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଃସର୍ତ୍ତ ଆତ୍ମସମର୍ପଣ କରିବେ। ଶନିବାର ୧୮ ତାରିଖରେ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ପୁଲିସର ଗିରଫ ଏଡାଇବା ଲାଗି ଅଦାଲତ ଇମ୍ରାନଙ୍କୁ ଆତ୍ମସମର୍ପଣର ସୁଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ, ତୋଷଖାନା ଦୁର୍ନୀତି ଅଭିଯୋଗରେ ଅଦାଲତ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ପରେ ପୁଲିସ ତାଙ୍କୁ ଗିରଫ ନିମନ୍ତେ ମଙ୍ଗଳବାର ବାସଭବନ ଘେରାଉ କରିଥିଲା। ମାତ୍ର ଇମ୍ରାନଙ୍କ ସମର୍ଥକଙ୍କ ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରି ନଥିଲା।