ଆସନ୍ତାବର୍ଷରୁ ୬ଟି ଦଳଙ୍କୁ ନେଇ ମହିଳା ଆଇପିଏଲ୍‌ ଖେଳିବା BCCI

ଆସନ୍ତାବର୍ଷରୁ ୬ଟି ଦଳଙ୍କୁ ନେଇ ମହିଳା ଆଇପିଏଲ୍‌ ଖେଳିବା BCCI

ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ୍‌ ୨ଟି ଭାଗରେ ଖେଳା ଯାଇଥିବା ବେଳେ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜ୍ ଖେଳା ଯାଇନଥିଲା। ଗତମାସ ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକରେ ମହିଳା ଆଇପିଏଲ୍‌ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଜାଣିବାକୁ ମିଳିଛି।

୨୦୨୩ରୁ ବିସିସିଆଇ ମହିଳା ଆଇପିଏଲ୍‌ ଆୟୋଜନ କରିବାକୁ ଯାଉଛି। ଏହାର ଉଦ୍‌ଘାଟନୀ ସଂସ୍କରଣରେ ୬ଟି ଦଳ ଭାଗନେବେ ବୋଲି ଜାଣିବାକୁ ମିଳିଛି। ପୁରୁଷଙ୍କ ଆଇପିଏଲ୍‌ ପରି ମହିଳା ଆଇପିଏଲ୍‌ ମଧ୍ୟ ଫ୍ରାଞ୍ଚାଇଜିଭିତ୍ତିକ ହେବ। ପୂର୍ବରୁ ଆଇପିଏଲ୍‌ ମଝିରେ ବିସିସିଆଇ ୩ଟି ଦଳଙ୍କୁ ନେଇ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲା। ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ୍‌ ୨ଟି ଭାଗରେ ଖେଳା ଯାଇଥିବା ବେଳେ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜ୍ ଖେଳା ଯାଇନଥିଲା। ଗତମାସ ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକରେ ମହିଳା ଆଇପିଏଲ୍‌ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଜାଣିବାକୁ ମିଳିଛି। ଏବେଠାରୁ ବିଭିନ୍ନ ମହିଳା ଦଳର ମାଲିକାନା ହାସଲ କରିବାକୁ ବିଭିନ୍ନ ଫ୍ରାଞ୍ଚାଇଜି ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ବିସିସିଆଇର ଜଣେ କର୍ମକର୍ତ୍ତା କହିଛନ୍ତି। ୬ଟି ଦଳଙ୍କୁ କିଣିବା ପାଇଁ ଟେଣ୍ଡର ଆହ୍ବାନ କରାଯିବ ଏବଂ ଦଳ ଗଠନ ପାଇଁ ନିଲାମ ପ୍ରକ୍ରିୟା କିପରି ରହିବ; ତାହା ବିଷୟରେ ଆଲୋଚନା କରାଯାଇଛି। ବର୍ତ୍ତମାନ ପାଇଁ ମହିଳା ଆଇପିଏଲ୍‌ କେବଳ କାଗଜରେ ରହିଛି। ପୁରୁଷ ଆଇପିଏଲ୍‌ ପରି ଏହାକୁ ସଫଳ କରିବା ଲାଗି ସମସ୍ତ ବନ୍ଦୋବସ୍ତ କରାଯିବ। ସୂଚନାଯୋଗ୍ୟ; ଅ​‌େ​‌ଷ୍ଟ୍ରଲିଆ​‌େ​‌ର ଦେଶ ବିଦେଶର ଖେଳାଳିଙ୍କୁ ନେଇ ମହିଳା ବିଗ୍‌ ବାସ୍‌ ଲିଗ୍ ଆୟୋଜନ ହେଉଥିବା ବେଳେ ଗତବର୍ଷ ଇଂଲଣ୍ଡରେ ମହିଳା କ୍ରିକେଟରଙ୍କୁ ନେଇ ‘ଦି ହ‌େଣ୍ଡ୍ରଡ୍‌’ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ବିସିସିିଆଇ ୨୦୨୩ରୁ ମହିଳା ଆଇପିଏଲ୍‌ ଆରମ୍ଭ କରିବାକୁ ଯାଉଥିବା ବେଳେ ଏପରି ସମୟରେ ଏହା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ; ଯେତେବେଳେ କେବଳ ଭାରତୀୟ ନୁହନ୍ତି; ବିଦେଶୀ ଖେଳାଳି ମଧ୍ୟ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳୁନଥିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.