ସରିଲା ୱାର୍କଫ୍ରମ ଅବଧି, ଆଜିଠୁ ଅଫିସ ଯିବେ କର୍ମଚାରୀ

ସରିଲା ୱାର୍କଫ୍ରମ ଅବଧି, ଆଜିଠୁ ଅଫିସ ଯିବେ କର୍ମଚାରୀ

କରୋନା ମାମଲା ହ୍ରାସ ଏବଂ ଓମିକ୍ରନ୍ ଭାରିଆଣ୍ଟର କମ୍ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ୱାର୍କଫ୍ରମ ଅବଧିକୁ ସମାପ୍ତ କରିଦେଇଛନ୍ତି |

କରୋନା ମାମଲା ହ୍ରାସ ଏବଂ ଓମିକ୍ରନ୍ ଭାରିଆଣ୍ଟର କମ୍ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ୱାର୍କଫ୍ରମ ଅବଧିକୁ ସମାପ୍ତ କରିଦେଇଛନ୍ତି | ଅର୍ଥାତ ଆସନ୍ତାକାଲି ସୋମବାର ଠାରୁ ସମସ୍ତ କର୍ମଚାରୀ ଅଫିସ ଯିବେ | ସମସ୍ତ କର୍ମଚାରୀ ଯେଭଳି ଅଫିସରେ ଉପସ୍ଥିତ ରହିବେ, ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ରବିବାର ଦିନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ କରୋନା ଭାଇରସ ମାମଲାକୁ ନେଇ ଆଜି ସମୀକ୍ଷା କରାଯାଇଥିଲା |ଆଉ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଠାରୁ କୌଣସି କର୍ମଚାରୀ ଘରୁ କାମ ନ କରି ଅଫିସରେ ଉପସ୍ଥିତ ରହିବେ | ସେ କହିଛନ୍ତି ଯେ ବିଭାଗୀୟ ମୁଖ୍ୟମାନେ ନିଶ୍ଚିତ କରିବେ ଯେ କର୍ମଚାରୀମାନେ ସବୁବେଳେ ମାସ୍କ ପିନ୍ଧିବେ ଏବଂ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରିବେ |

ସୋମବାରଠାରୁ କୌଣସି କର୍ମଚାରୀ ଘରୁ କାମ କରିବେ ନାହିଁ ବୋଲି ସରକାର କହିଛନ୍ତି। ସୂଚନା ଥାଉ କି ପୂର୍ବରୁ ଜାନୁଆରୀ ୩ ରେ ଜାରି କରାଯାଇଥିବା ଆଦେଶରେ କୁହାଯାଇଥିଲା ଯେ ସଚିବ ସ୍ତରରୁ କମ ୫୦ ପ୍ରତିଶତ କର୍ମଚାରୀଙ୍କୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ୱାର୍କଫ୍ରମ ହୋମ କରିବାକୁ ଅନୁମତି ଦିଆଯାଇଥିଲା | ସେତେବେଳେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା |

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.