ଆଜି ବିଶ୍ବରେ ଚାଲିଲାନି Youtube

ଆଜି ବିଶ୍ବରେ ଚାଲିଲାନି Youtube

ସାରା ବିଶ୍ବରେ ବୁଧବାର ବାଧାପ୍ରାପ୍ତ ହୋଇଥିଲା ଗୁଗୁଲ ମାଲିକାନା ୟୁଟ୍ୟୁବ । ଫଳରେ ଉପଭୋକ୍ତା ୟୁଟ୍ୟୁବରେ ଲଗଇନ ଠାରୁ ଆରମ୍ଭ କରି ଭିଡିଓ ଦେଖିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ସାରା ବିଶ୍ବରେ ବୁଧବାର ବାଧାପ୍ରାପ୍ତ ହୋଇଥିଲା ଗୁଗୁଲ ମାଲିକାନା ୟୁଟ୍ୟୁବ । ଫଳରେ ଉପଭୋକ୍ତା ୟୁଟ୍ୟୁବରେ ଲଗଇନ ଠାରୁ ଆରମ୍ଭ କରି ଭିଡିଓ ଦେଖିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଆକାଉଣ୍ଟ ସେଟିଙ୍ଗ, ଓ୍ବେବସାଇଟ ସାଇଟବାର ନେଭିଗେସନ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେବା କଥା ଅଭିଯୋଗ କରିଛନ୍ତି ୟୁଟ୍ୟୁବ ଉପଭୋକ୍ତା । ବିଶ୍ବସ୍ତରରେ ୟୁଟ୍ୟୁବ ଉପଭୋକ୍ତା ମାନଙ୍କୁ ସମସ୍ୟା ଭୋଗିବାକୁ ପଡିଥିବା ନେଇ ୟୁଟ୍ୟୁବ ସ୍ପଷ୍ଟ କରିଛି । ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ବିଶ୍ବର ବିଭିନ୍ନ ସ୍ଥାନରୁ ୟୁଜର୍ସ ମାନେ ବିଭିନ୍ନ ସମସ୍ୟା ଯଥା ଲଗ୍ ଇନ୍ କରିବା, ଆକାଉଣ୍ଟ୍ ସୁଇଚ୍ କରିବା ଏବଂ ନାଭିଗେସନ୍ ବାର୍ ବ୍ୟବହାର କରିବା ଭଳି ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ସମସ୍ୟାର ସମାଧାନ ପାଇଁ ଆମେ କାର୍ଯ୍ୟ ଜାରି ରଖିଛୁ ଯଥାଶିଘ୍ର କାର୍ଯ୍ୟକାରୀ ହେବ ।

 

ଅଚଳ ହେବାର କିଛି ଘଣ୍ଟା ପରେ ଆଜି ସକାଳୁ ଏହି ସମସ୍ୟାର ସମାଧାନ ହୋଇଥିଲା । ଏ ନେଇ ୟୁଟ୍ୟୁବ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା । ୟୁଟ୍ୟୁବ, ୟୁଟ୍ୟୁବ ମ୍ୟୁଜିକ ଏବଂ ୟୁଟ୍ୟୁବ ଟିଭି ଆଦି ସମସ୍ତ ଆପର ସମାଧାନ କରାଯାଇଛି । ଧୈଯ୍ୟଧରି ଅପେକ୍ଷା କରିଥିବା ହେତୁ ୟୁଟ୍ୟୁବ ଟ୍ବିଟକରି ଉପଭୋକ୍ତାଙ୍କୁ ଧନ୍ୟବାଦ ଜଣାଇଛି । କିଛି ଉପଭୋକ୍ତା ୟୁଟ୍ୟୁବ୍କୁ ସେମାନଙ୍କ ଟିଭିରେ ଦେଖିବା କିମ୍ବା ଗେମିଙ୍ଗ କନସୋଲରେ ଆପ୍ ବ୍ୟବହାର କରିବାରେ ଅସମର୍ଥ ହୋଇଥିଲେ । ଭିଡିଓ ଦେଖିବା ସମୟରେ ସେମାନେ ଏକ ‘ନୋ ଇଣ୍ଟରନେଟ୍ ’ ତ୍ରୁଟି ବାର୍ତ୍ତା ମଧ୍ୟ ପାଇଥିଲେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।


 


 

 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.