ପୁଣି ଗଞ୍ଜାମରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

ganjam

ପୁଣି ଗଞ୍ଜାମରେ ଏନକାଉଣ୍ଟର । ହିଞ୍ଜିଳି-ଶେରଗଡ ରାସ୍ତାର ଡେଙ୍ଗାପଦ ଛକ ନିକଟରେ ଏନକାଉଣ୍ଟର ଘଟିଛି। ଏହି ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛନ୍ତି କୁଖ୍ୟାତ ଅପରାଧୀ ଜିତୁ ସାହୁ ଓରଫ୍‌। ବିଭିନ୍ନ ହତ୍ୟା ଓ ଡକାୟତି ସମ୍ପୃକ୍ତ ଥିବା ଜିତୁର ଡାହାଣ ଗୋଡରେ ଗୁଳି ବାଜିଛି। ସେ ଏବେ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ganjam

ସୂଚନା ଅନୁସାରେ ,ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଅଞ୍ଚଳର ବରପୋଲି ଗାଁରେ ଜିତୁ ସ୍ୱାଇଁ ଓରଫ ବାଦଲ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ। ଆସ୍କା ଥାନା ବୁଢ଼ା ବିଶୋଇ ହତ୍ୟା ମାମଲା,ଗାଙ୍ଗପୁର ଥାନା ସନ୍ତୋଷ ବିଶ୍ୱାଳ ହତ୍ୟା ମାମଲାରେ ମଧ୍ୟ ଜିତୁ ସମ୍ପୃକ୍ତ ଥିବା ପୁଲିସ କହିଛି। ଏପରିକି ନିକଟରେ ଶେରଗଡ଼ ବ୍ଲକ୍ ଗୋଠଗାଁ ହତ୍ୟା ମାମଲାରେ ମଧ୍ୟ ଜିତୁ ସମ୍ପୃକ୍ତ ଥିବା ପୁଲିସ କହିଛି।

ଜିତୁ ଠାରୁ ଗୋଟିଏ ମାଉଜର ରିଭଲଭର, ଗୋଟିଏ ବାଇକ ଓ ମୋବାଇଲ ଫୋନ ଜବତ କରାଯାଇଥିବା ଶେରଗଡ଼ ଥାନା ପୁଲିସ କହିଛି। ଜିତୁ ନାମରେ ହିଞ୍ଜିଳି, ଶେରଗଡ଼, ଗାଭ୍ଗପୁର ସହିତ ଭୁବନେଶ୍ୱର, ର ଖାରବେଳନଗର, ଖୋର୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ବହୁ ଅପରାଧିକ ମାମଲା ଥିବା ଜଣାଯାଇଛି।

ପଢନ୍ତୁ; ଖାଲେଦା ଜିଆଙ୍କୁ ୭ ବର୍ଷ ଜେଲ୍

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More