News

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର,୬ ଆତଙ୍କବାଦୀ ନିହତ

jammu

ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ ଜାକିର ମୁସା ରହିଥିବା ଜଣଶଯାଇଛି । ପୁଲୱାମା ଜିଲ୍ଲାର ଆରାମପୋରା ଗ୍ରାମର ଅୱନ୍ତିପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇ ଶନିବାର ସକାଳୁ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

jammu

ମିଳିଥିବା ସୂଚନା ଅନୁସାରେ ,ପୁଲଓ୍ଵାମାର ଅରମପୋରା ଅଞ୍ଚଳରେ କେତେକ ଆତଙ୍କବାଦୀ ଛପି ରହିଥିବା ସୂଚନା ପାଇ ସେନା, ଏସଓଜି ଓ ସିଆରପିଏଫର ଜବାନମାନେ ସେହି ଅଞ୍ଚଳକୁ କର୍ଡ଼ନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିେଲେ । ଶନିବାର ବଡ଼ି ଭୋରରୁ ହୋଇଥିିବା ଏହି ସର୍ଚ୍ଚ ଅପରେସନ ଆରମ୍ଭ ହେବା ମାତ୍ରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷା କର୍ମୀମାନେ ପୋଜିସନ୍ ନେଇ ପାଲଟା ଗୁଳି ଚଳାଇବାରୁ ୬ ଜଣ ଆତଙ୍କୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଏହି ଗୁଳି ବିନିମୟ ଘଟଣା ପରେ ସେଠାରେ ସେନା ସର୍ଚ୍ଚ ଅପରେସନ୍ ଚଳାଇ ବହୁ ମାରଣାସ୍ତ୍ର ଓ ଗୁଳିଗୋଳା ଜବତ କରିଛି।

ସୂଚନା ଅନୁସାରେ ଚଳିତ ବର୍ଷ ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି।

ପଢନ୍ତୁ; ଜାନୁଆରୀ ୬ରୁ ୧୪ ଭିତରକନିକା ବନ୍ଦ

Related posts

ପରଲୋକରେ ବରିଷ୍ଠ ଅଭିନେତା ଦେବୁ ବୋଷ! ତାଙ୍କ ବିଷୟରେ କିଛି ସଂକ୍ଷିପ୍ତ ବିବରଣୀ

ENO Beuro

ଶ୍ରମିକଙ୍କ ସହାୟତା ପାଇଁ ଇ-ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସମଗ୍ର ବିଶ୍ୱର ମହିଳାଙ୍କ ପାଇଁ ଆଜି ଦିନଟିଏ

ENO Beuro

Leave a Comment