କେନ୍ଦ୍ରାପଡ଼ାରେ ଏନକାଉଣ୍ଟର:ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଲାଲା ଆହତ!

ଆଜି ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ପେସାଲ ସ୍କ୍ଵାଡ୍‌ ଜିଲ୍ଲାର ଜଣେ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ ଆହତ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ସେକ୍‌ ଲାଲା। ସେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ବେଳେ ତାଙ୍କ ନାମରେ ୧୪ରୁ ଅଧିକ ମାମଲା ବିଭିନ୍ନ ଥାନାରେ ରହିଛି।

ପୁଲିସର ଗୁଳି ଲାଲାର ଗୋଡରେ ଗୁଳି ବାଜିଛି। ପ୍ରଥମେ ତାକୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଲାଲାକୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରାପଡା ସଦର ଥାନା ପୋଲିସ ସହ ସ୍ପେଶାଲ ସ୍କ୍ୱାଡର ମିଳିତ ଅପରେସନ ବେଳେ ଏହି ଏନକାଉଂଟର ହୋଇଛି।

ସୂଚନାଯୋଗ୍ୟ,କେନ୍ଦ୍ରାପଡ଼ାର ପାରାଦୀପ- ଚଣ୍ଡିଖୋଲ ରାସ୍ତାର ଅଁଳାବାଙ୍କ ନିକଟରେ ଯାଉଥିବା ବେଳେ ସ୍ପେସାଲ ସ୍କ୍ଵାଡ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଶେଖ ଲାଲା ପୁଲିସକୁ ଚକମା ଦେଖାଇ ଖସିଯିବାକୁ ଚେଷ୍ଟା କରିବାରୁ ପୁଲିସ ତା ଉପରକୁ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ସେକ ଲାଲାର ଡାହାଣ ଗୋଡ଼ରେ ବାଜିବାରୁ ସେ ସେହିଠାରେ ପଡ଼ି ଯାଇଥିଲା ଓ ସ୍ପେସାଲ ସ୍କ୍ଵାଡ ତାଙ୍କୁ କାବୁ କରି ନେଇଥିଲେ।

ପଢନ୍ତୁ;  ଟ୍ରମ୍ପ୍‌ଙ୍କ ଘୋଷଣା: ଇରାନ ସହ ଆଣବିକ ଚୁକ୍ତିରୁ ଓହରିଲା ଆମେରିକା

ପୁଲିସର ଗୁଳି ଲାଲାର ଗୋଡରେ ଗୁଳି ବାଜିଛି। ପ୍ରଥମେ ତାକୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। - 8.7

87%

କେନ୍ଦ୍ରାପଡ଼ାର ପାରାଦୀପ- ଚଣ୍ଡିଖୋଲ ରାସ୍ତାର ଅଁଳାବାଙ୍କ ନିକଟରେ ଯାଉଥିବା ବେଳେ ସ୍ପେସାଲ ସ୍କ୍ଵାଡ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା - 8.3

83%
8.5/10

Very Good!

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର:ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଲାଲା ଆହତ!

ଆଜି ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ପେସାଲ ସ୍କ୍ଵାଡ୍‌ ଜିଲ୍ଲାର ଜଣେ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ ଆହତ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ସେକ୍‌ ଲାଲା। ସେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ବେଳେ ତାଙ୍କ ନାମରେ ୧୪ରୁ ଅଧିକ ମାମଲା ବିଭିନ୍ନ ଥାନାରେ ରହିଛି।

No Votes Yet

You're not rated yet