POLITICALS

ସରିଲା ବିଧାନସଭା ନିର୍ବାଚନ, ୧୧ରେ ଗଣତି

rajsthan

ରାଜସ୍ଥାନ ଓ ତେଲଙ୍ଗାନାରେ ମତଦାନ ସହ ଶେଷ ହୋଇଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ। କଡା ନିରାପତ୍ତା ମଧ୍ୟରେ ଶୁକ୍ରବାର ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। କାଁ ଭାଁ କିଛି ସ୍ଥାନରେ ହିଂସାକାଣ୍ଡକୁ ବାଦ ଦେଲେ ମତଦାନ ଶାନ୍ତିପୂର୍ଣ ଭାବେ ଶେଷ ହୋଇଛି।

rajsthan

ଆସନ୍ତା ୧୧ ତାରିଖରେ ଏହି ଦୁଇ ରାଜ୍ୟ ସମେତ ମଧ୍ୟପ୍ରଦେଶ, ମିଜୋରାମ୍‌ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଗତଥର ରାଜସ୍ଥାନରେ ୭୫.୫ ପ୍ରତିଶତ ମତଦାନ ହୋଇଥିଲା ବେଳେ ତେଲେଙ୍ଗାନାରେ ୬୯.୫ ପ୍ରତିଶତ ମତଦାନ ହୋଇଥିଲା। କେନ୍ଦ୍ରରେ ଶାସକ ଦଳ ବିଜେପି ଏଥର ରାଜସ୍ଥାନକୁ ନେଇ ସବୁଠୁ ଆଶାବାଦୀ ଥିଲା।

ଇଭିଏମ୍‌ରେ ସିଲ୍ ହୋଇଛି ୨୦୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ମିଜୋରାମରେ ୫ ଥର ମୁଖ୍ୟମନ୍ତ୍ରୀ ଥିବା ଲାଲ୍ ଥନ୍‌ହାୱଲା ଏଥର ସେର୍ଚିପ୍ ଓ ଚମ୍ଫାଇ ସାଉଥ ଆସନରୁ ଲଢୁଛନ୍ତି। ଦୁଇ ରାଜ୍ୟର ଶେଷ ହୋଇଥିବା ବିଧାନସଭା ନିର୍ବାଚନର ଆସନ୍ତା ୧୧ ତାରିଖରେ ହେବ ଭୋଟ ଗଣତି।

ପଢନ୍ତୁ; ମଞ୍ଚରେ ବେହୋସ ହୋଇ ପଡିଲେ ନିତୀନ ଗଡ଼କରୀ

Related posts

ଆଜି ବିଜେପିରେ ସାମିଲ ହେଲେ ବଳଭଦ୍ର ମାଝି

ENO Beuro

ଓଡିଶା ଗସ୍ତରେ ଆସିବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ,ନବୀନଙ୍କୁ ଭେଟିବେ କେସିଆର

ENO Beuro

ମାୟାବତୀ- ଅଖିଳେଶ ମହାମେଂଟକୁ ବଡ ଝଟକା: ୧୦ଟି ସିଟରୁ ବିଜେପି ହାତେଇ ନେଇଛି ୯ଟି ସିଟ୍

ENO Beuro

Leave a Comment