News

ସରିଲା ନିଟ ପରୀକ୍ଷା

Nit

ଏବେ ଅପେକ୍ଷା ଫଳକୁ

ବାଦ ବିବାଦ ଓ କଡ଼ା ଯାଞ୍ଚ ମଧ୍ୟରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌  ପାଠ୍ୟକ୍ରମରେ ନାମଲେଖା ଲାଗି ଗତକାଲି ଓଡ଼ିଶାରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍)ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପରୀକ୍ଷାରେ ୩୭ ହଜାର ୪୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ୪୨ ହଜାର ପରୀକ୍ଷାର୍ଥୀ ନିଟ୍‌ ଦେବାକୁ ନାମ ପଞ୍ଜୀକରଣ କରିଥିବା ବେଳେ ୩୭ ହଜାର ଭାଗନେଇଥିଲେ। ଏଥିସହ କର୍ଣ୍ଣାଟକର ୩୬୫ ଓ ସିଲିଗୁଡ଼ିର ୧୫୫ ଜଣ ଛାତ୍ରଛାତ୍ରୀ ନିଟ୍‌ ଦେଇଥିବା ଏନ୍‌ଟିଏ  ପକ୍ଷରୁ ସୂଚନା ଦିଆଯାଇଛି।

ପରୀକ୍ଷା ପରେ ଅପେକ୍ଷା ରେଜଲ୍ଟକୁ ତେବେ ଜୁନ ୫ ତାରିଖରେ ପରୀକ୍ଷା ଫଳ ବାହାରିବାନେଇ ସୂଚନା ରହିଛି। ମେ’ ୫ ତାରିଖରେ ନୀଟ୍ ପରୀକ୍ଷା ହେବାକୁ ଥିବା ବେଳେ ବାତ୍ୟା ‘ଫୋନି’ ପାଇଁ ଏହାକୁ ମେ’ ୨୦ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଏହି ପରୀକ୍ଷା ସରିଥିବା ବେଳେ ବାତ୍ୟା ‘ଫୋନି’ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ରାଜ୍ୟ ସରକାର ଚିଠି ଲେଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଗ୍ରହଣ କରିଥିଲେ।

ପଢନ୍ତୁ: ଓୟୁଏଟି ପ୍ରବେଶିକା ପରୀକ୍ଷା କେଳେଙ୍କାରୀ: ଟଙ୍କା ନେଇ ପରୀକ୍ଷା ଦେଉଛନ୍ତି ନକଲି ପରୀକ୍ଷାର୍ଥୀ

Related posts

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଖଡଗପୁର-ଭୁବନେଶ୍ୱର ପାସେଞ୍ଜର , ଯାତ୍ରୀ ସୁରକ୍ଷିତ

ENO Beuro

ଅସହ୍ୟ କଲାଣି ତାତି: ୪୧ ଡିଗ୍ରି ଛୁଇଁଲା ମାଲକାନଗିରି

Ratnamani Moharana

ଖଡ଼ଗପୁର ରେଳ ଷ୍ଟେସନରେ ରେଳ ଚଳାଚଳ ବାତିଲ୍‌, ଯାଣନ୍ତୁ କେଉଁ ରେଳ ବାତିଲ ଓ ୟା ପଛର କାରଣ

ENO Beuro

1 comment

Leave a Comment