News

ସଂସଦରେ ଶୀତ ଅଧିବେଶନ ଶେଷ ,ଜାନୁୟାରୀ ୨୯ରୁ ଆରମ୍ଭ ବଜେଟ୍ ଅଧିବେଶନ୍

ସଂସଦରେ ଶୀତକାଳୀନ ଅଧିବେଶନ ଶେଷ ,ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ୍ । ଜାନୁୟାରୀ ୨୯ରୁ ବଜେଟ ଅଧିବେଶନ ଆରମ୍ଭ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ।

ଜାନୁୟାରୀ ୨୯ ତାରିଖରେ ସଂସଦକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ଏହାପରେ ୩୦, ୩୧ ତାରିଖ ଛୁଟି ରହିବ ଓ ଫେବୃୟାରୀ ୧ ତାରିଖରେ ସଂସଦରେ ସାଧାରଣ ବଜେଟ ଉପସ୍ଥାପିତ ହେବ , କହିଛନ୍ତି ମନ୍ତ୍ରୀ ଅନନ୍ତ କୁମାର

ଲୋକସଭାରେ ମୋଟ ୧୨ଟି ବିଲ୍ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ୯ଟି ବିଲ୍ ଗୃହୀତ ହୋଇଛି । ବାଚସ୍ପତି ସୁମିତ୍ରା ମହାଜନ ଆଜି ଅଧିବେଶନ ମୁଲତବୀ ଘୋଷଣା କରି କହିଥିଲେ ଯେ ୧୩ଟି କାର୍ୟ୍ୟ ଦିବସରେ ୬୧ ଘଣ୍ଟା ୪୮ ମିନିଟ୍ ଗୃହ କାର୍ୟ୍ୟ ହୋଇଛି ଏବଂ ପ୍ରାୟ ୧୫ ଘଣ୍ଟା ବିଶୃଙ୍ଖଳା ଯୋଗୁଁ ବରବାଦ ହୋଇଛି ।

ଅଧ୍ୟକ୍ଷ ଭେଙ୍କୟା ନାୟିଡ଼ୁ ସୂଚନା ଦେଇଛନ୍ତି ଯେ ,ରାଜ୍ୟ ସଭାରେ ୩୪ ଘଣ୍ଟା ହଙ୍ଗାମା ଯୋଗୁଁ ବରବାଦ ହୋଇଅଛି ।

ଗତ ମୌସୁମି ଅଧିବେଶନରେ ରାଜ୍ୟସଭାରେ ୭୨ ପ୍ରତିଶତ କାମ ହୋଇଥିବା ବେଳେ ଏଥର ମାତ୍ର ୫୪ ପ୍ରତିଶତ କାମ ହୋଇଛି । ମୌସୁମି ଅଧିବେଶନରେ ଉଭୟ ଗୃହରେ ୨୫ଟି ବିଲ୍ ଆଗତ ହୋଇଥିବା ବେଳେ ସେଥିରୁ ୯ଟି ହିଁ ଗୃହୀତ ହୋଇଥିଲା । ଶୀତ ଅଧିବେଶନରେ ମୁଖ୍ୟତଃ ତିନି ତଲାକ ବିଲକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଜାତୀୟ ମେଡିକାଲ କମିସନ ବିଲ୍ ମଧ୍ୟ ଆଗତ ହେବା ଗୁରୁତ୍ୱପୂର୍ଣ୍ଣ ଥିଲା ।

ଶୀତ ଅଧିବେଶନରେ ଓଡ଼ିଶା ପକ୍ଷରୁ ଉପସ୍ଥାପନ ହୋଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ କେବଳ ମହାନଦୀ ପ୍ରସଙ୍ଗରେ ହିଁ କେନ୍ଦ୍ର ସରକାର ଜବାବ ରଖିଥିଲେ । ମହାନଦୀ ଜଳବିବାଦ ପ୍ରସଙ୍ଗକୁ ନେଇ ବିଜେଡି ସଂସଦର ଭିତରେ ଓ ବାହାର ସ୍ୱର ଟାଣ କରିଥିଲା । ଗୃହରେ ମଧ୍ୟ ଏହି ପ୍ରସଙ୍ଗ ଜୋର୍ଦାର ଢଙ୍ଗରେ ଉଠିଥିଲା । ମହାନଦୀ ପ୍ରସଙ୍ଗରେ ବିଜେଡିର ମୁଲତବୀ ପ୍ରସ୍ତାବକୁ ଲୋକସଭା ଓ ରାଜ୍ୟସଭାରେ ଅଗ୍ରାହ୍ୟ କରାଯାଇଥିଲା ।

ଏବଂ  ତିନି ତଲାକ୍ ବିଲରେ ସଂଶୋଧନ ସହ ଉପସ୍ଥାପନ କରିବାକୁ ଲୋକସଭାରେ ବିଜେଡି ଦାବି କରିଥିବା ବେଳେ ବିଲର ଆଲୋଚନା ସମୟରେ ଏହାକୁ ସମର୍ଥନ ଜଣାଇଥିଲା।  ରାଜ୍ୟସଭାରେ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା।

ପଢନ୍ତୁ ;

ଜମ୍ମୁ କାଶ୍ମୀର ର ବାରମୁଲାରେ ଆତଙ୍କବାଦୀ ଙ୍କ ଆକ୍ରମଣ, ୪ ପୋଲିସ ସହିଦ,୨ ଗୁରୁତର ଆହତ

Related posts

ଆଖି ବୁଜିଲା ନନ୍ଦନକାନନର ଏକମାତ୍ର ବିରଳ ପ୍ରଜାତି ଓରାଙ୍ଗଓଟାନ୍ ‘ବିନି’

Ratnamani Moharana

ସ୍ପେଶାଲ୍ OJEE ପାଇଁ ଆଜିଠୁ ଛାତ୍ରଛାତ୍ରୀ ଆବେଦନ କରିବେ

ENO Beuro

ବାଲୁକାକଳାରେ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାନସ ସାହୁ

Ratnamani Moharana

Leave a Comment