ଦେଖନ୍ତୁ କିପରି : ମଣ୍ଟୁ ଛୁରିଆଙ୍କର ଗୀତ ଏବେ ସମସ୍ତଙ୍କ “ଲବଙ୍ଗ ଲତା” ବନିଛି

ରିଲିଜ ହେଲା ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡାଙ୍କ କଣ୍ଠରେ ଏକ ଦମଦାର ଗୀତ

ଦେଖନ୍ତୁ କିପରି : ମଣ୍ଟୁ ଛୁରିଆଙ୍କର ଗୀତ ଏବେ ସମସ୍ତଙ୍କ “ଲବଙ୍ଗ ଲତା” ବନିଛି

ENEWSODIA ତରଫରୁ ମୁକ୍ତିଲାଭ କରିଛି ଏକ ମନଛୁଆଁ ଜବରଦସ୍ତ ଦମଦାର ମେଲୋଡିୟସ ଗୀତ, ଗତ କିଛିଦିନ ଧରି ଆଲବମ୍ ଜଗତରେ ଚହଳ ସୃଷ୍ଟି କରିଥିବା ମଣ୍ଟୁ ଛୁରିଆ ଏହି ଗୀତରେ କଣ୍ଠଦାନ କରିଛନ୍ତି । ଆଉ ସୋସିଆଲ୍ ମିଡିଆରେ ମଧ୍ୟ ଏହି ଗୀତକୁ ସଙ୍ଗୀତପ୍ରେମୀ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଆଗରୁ ମଧ୍ୟ ମଣ୍ଟୁ ଛୁରିଆଙ୍କ କଣ୍ଠରୁ ଅନେକ ଗୁଡିଏ ହିଟ୍ ଗୀତ ଶୁଣିଥିଲେ କିନ୍ତୁ ଲବଙ୍ଗ ଲତା ନିଆରା ବୋଲି ବହୁତ ଗୁଡିଏ ଦର୍ଶକଙ୍କ ମତାମତ ଦେଖିବାକୁ ମିଳୁଛି । ଏଥିରେ ନିଆରା ଲିରିକ୍ସ ସହ ଆକର୍ଷଣୀୟ ମ୍ୟୁଜିକ ଶୁଣିବାକୁ ଆପଣ ପାଇବେ ଏବଂ ଏହା ସହ “ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡା” କମ୍ୱିନେସନ କଣ୍ଠଦାନକୁ ନେଇ ଓଲିଉଡରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ନିଜ ଭିନ୍ନ ଭିନ୍ନ ରୋମାଣ୍ଟିକ, ଦୁଃଖଭରା ଏବଂ ଦମଦାର ଗୀତରେ ଇ-ନିଉଜ୍ଓଡିଆ ସବୁବେଳେ ସ୍ରୋତାଙ୍କୁ ମନୋରଂଜନ ଭେଟି ଦେଇ ଆସିଛି। ଏବେ ପୁଣି ଏକ ମସ୍ତ ଡ୍ୟାନ୍ସ ନମ୍ବର ନିଜ ସ୍ରୋତାଙ୍କ ପାଇଁ ପ୍ରସ୍ତୁତ କରିଛି ଇ-ନିଉଜ୍ଓଡିଆ। ଏହି ଦମଦାର୍ ଗୀତରେ କଣ୍ଠଦାନ କରିଛନ୍ତି “ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡା”।”ଲବଙ୍ଗ ଲତା” ଟାଇଟଲର ଏହି ଗୀତଟିକୁ ସ୍ରୋତା ବି ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏହି ଗୀତଟିକୁ ସୋସିଆଲ୍ ନେଟୱର୍କ ସାଇଟ୍ ୟୁଟୁବରେ ରିଲିଜ୍ କରାଯାଇଛି। କଣ୍ଠଦାନ କରିଛନ୍ତି ଲୋକପ୍ରିୟ ଗାୟକ “ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡା”।

ଏହି ଗୀତଟିର ରେକର୍ଡିଂ କଟକ ସ୍ଥିତ ” ଏମ୍ ଆର୍ ଆର୍ ” ଷ୍ଟୁଡିଓରେ ହୋଇଥିଲା କିନ୍ତୁ ସେହିଦିନ ମଣ୍ଟୁ ଛୁରିଆଙ୍କୁ ବେଶ୍ ରୋମାଞ୍ଚକର ଭାବେ ଦେଖିବାକୁ ମିଳିଥିଲା ।

ଠିକ୍ ଗୀତଟିର ରେକର୍ଡିଂ ଆରମ୍ଭରୁ ଷ୍ଟୁଡିଓରେ ଥିବା ସବୁ ଟେକ୍ନିସିଆନ୍ ମାନଙ୍କୁ ଖୁସିରେ ଝୁମିବାକୁ ଦେଖିବାକୁ ମିଳିଥିଲା । ଏହା ସହିତ ମଣ୍ଟୁ ଛୁରିଆ ମଧ୍ୟ ତାଳେ ତାଳେ ଗୀତଟିକୁ ଝୁମି ଝୁମି ଜବରଦସ୍ତ ଭାବେ ପରିବେଷଣ କରିଥିଲେ ଏବଂ ମଝିରେ ମଝିରେ ସମସ୍ତେ ମଧ୍ୟ ମଣ୍ଟୁ ଛୁରିଆଙ୍କ ତାଳ ଦେଇ ବେଶ୍ ନିଡାମ୍ଭର ସହ ମଜା କରୁଥିଲେ ।

ବେଶ୍ ରୋମାଞ୍ଚକର ଭାବେ ଗୀତଟିକୁ ତାଳେ ତାଳେ ପରିବେଷଣ କରିଥିଲେ ।

ଏଥିରେ ଲିରିକ୍ସ ଦେଇଛନ୍ତି ଉମେଶ ଭୋଇ। ଏହି ସଙ୍ଗୀତଟିର ନିର୍ଦେଶନା ଭାର ତୁଲାଇଛନ୍ତି ରେହାନ କମଲ ।

ପଢନ୍ତୁ ; ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ?

ଦେଖନ୍ତୁ କିପରି : ମଣ୍ଟୁ ଛୁରିଆଙ୍କର ଗୀତ ଏବେ ସମସ୍ତଙ୍କ - 4.5

90%

ଲିରିକ୍ସ ଦେଇଛନ୍ତି ଉମେଶ ଭୋଇ - 4.8

95%
4.6/5

Excellent!

ଇ-ନିଉଜ୍ଓଡିଆ ତରଫରୁ ରିଲିଜ ହେଲା ଆଉ ଏକ ଦମଦାର ଗୀତ " ଲବଙ୍ଗ ଲତା"

ନିଜ ଭିନ୍ନ ଭିନ୍ନ ରୋମାଣ୍ଟିକ, ଦୁଃଖଭରା ଏବଂ ଦମଦାର ଗୀତରେ ଇ-ନିଉଜ୍ଓଡିଆ ସବୁବେଳେ ସ୍ରୋତାଙ୍କୁ ମନୋରଂଜନ ଭେଟି ଦେଇ ଆସିଛି। ଏବେ ପୁଣି ଏକ ମସ୍ତ ଡ୍ୟାନ୍ସ ନମ୍ବର ନିଜ ସ୍ରୋତାଙ୍କ ପାଇଁ ପ୍ରସ୍ତୁତ କରିଛି ଇ-ନିଉଜ୍ଓଡିଆ

No Votes Yet

You're not rated yet