୬୦ ରନ୍ ରେ ହାରିଲା ଭାରତ,ଇଂଲଣ୍ଡର ସିରିଜ ବିଜୟ

engalnd

ପ୍ରଥମ ଓ ଦ୍ଵିତୀୟ ଟେଷ୍ଟ ପରି ଚତୁର୍ଥ ଟେଷ୍ଟରେ ମଧ୍ୟ ନିରାଶ କରିଛନ୍ତି ଭାରତୀୟ ବ୍ୟାଟସମ୍ୟାନ। ବ୍ୟାଟସମ୍ୟାନଙ୍କ ଦୟନୀୟ ବ୍ୟାଟିଂ ପ୍ରଦର୍ଶନ କାରଣରୁ ଏଠାରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡଠୁ ୬୦ ରନରେ ପରାଜିତ ହୋଇଛି। ଇଂଲଣ୍ଡ ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ରେ ୩-୧ରେ ଆଗୁଆ ହୋଇଛି। ଇଂଲଣ୍ଡ ସିରିଜ୍‍ ଜିତି ସାରିଥିବା ବେଳେ ୭ରୁ ଆରମ୍ଭ ହେଉଥିବା ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‍ ଔପଚାରିକ ହୋଇ ରହିଯାଇଛି। ୨ୟ ଇନିଂସରେ ୨୪୫ ରନ୍‍ ବିଜୟଲକ୍ଷ୍ୟର ପିଛା କରିଥିବା ଭାରତ ରବିବାର ୪ର୍ଥ ଦିନରେ ୧୮୪ ରନ୍‍କରି ଅଲ୍‍ଆଉଟ ହୋଇଯାଇଛି।

engalnd

ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ ମାରିଥିଲେ ହେଁ ଅନ୍ୟ ସମସ୍ତେ ବିଫଳ ହୋଇଛନ୍ତି। ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ଅଫ୍‍ସ୍ପିନର ମୋଇନ୍‍ ଅଲୀ ୨ୟ ଇନିଂସରେ ୪ଟି ୱିକେଟ ନେଇ ଭାରତ ପାଇଁ କାଳ ସାଜିଛନ୍ତି।

ଏହା ପୂର୍ବରୁ ଇଂଲଣ୍ଡର ପ୍ରଥମ ପାଳି ୨୪୬ ରନ ଜବାବରେ ଭାରତ ଚେତେଶ୍ଵର ପୂଜାରାଙ୍କ ଅପରାଜିତ ୧୩୨ ରନ ବଳରେ ୨୭୩ ରନ କରିଥିଲା। ପରେ ଇଂଲଣ୍ଡ ଦ୍ଵିତୀୟ ପାଳିରେ ୨୭୧ ରନ କରିଥିଲା। ଭାରତର ଉଭୟ ପାଳିରେ ଇଂଲଣ୍ଡର ସ୍ପିନର ମୋଇନ ଅଲୀ ଘାତକ ବୋଲିଂ କରି କ୍ରମଶଃ ୬୩ ରନ ଦେଇ ୫ ଓ୍ଵିକେଟ୍ ଓ ୭୧ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି।

ପଢନ୍ତୁ;ଜନଗଣନା-୨୦୨୧ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More