News

ମହଙ୍ଗା ପଡିଲା ଗାଧୁଆ: କୁଆଖାଇରେ ବୁଡି ଇଞ୍ଜିନିୟରିଂ ଛାତ୍ର ମୃତ

river

କୁଆଖାଇ ନଦୀରେ ପୁଣି ଅଘଟଣ। ଗାଧୋଊଥିଲାବେଳେ ନଦୀରେ ବୁଡି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ କେନ୍ଦ୍ରାପଡା ଅଞ୍ଚଳର ମହେନ୍ଦ୍ର ଖଟୁଆ(୨୧)। ଏନେଇ ସହିଦନଗର ଥାନା ପୁଲିସ ଏକ ଅପମୃତ ମାମଲା ରୁଜୁ କରିଛି।

ତିନି ବର୍ଷରେ ଗଲାଣି ୨୫ ଜୀବନ

ମିଳିଥିବା ସୂଚନା ଅନୁସାରେ,ମହେନ୍ଦ୍ର ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଚତୁର୍ଥବର୍ଷ ଛାତ୍ର। ଅନ୍ୟ ସାଙ୍ଗମାନଙ୍କ ସହ ସେ ଭୀମଟାଙ୍ଗୀ ଅଞ୍ଚଳରେ ରହୁଥିଲେ। ରବିବାର ଛୁଟିଦିନ ହୋଇଥିବାରୁ ମଧ୍ୟାହ୍ନରେ ୫ଜଣ ସାଙ୍ଗଙ୍କ ସହ ମହେନ୍ଦ୍ରବାଙ୍କୁଆଳଗଡା ନିକଟରେ ଭୋଜି କରୁଥିଲେ। ଅପରାହ୍ନ ପ୍ରାୟ ୩ଟା ୪୦ରେ ସେମାନେ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ।

ସେମାନେ ଯେଉଁଠି ଗାଧୋଉଥିଲେ ଅତି ନିକଟରେ ବାହାର ଲୋକେ ମଧ୍ୟ ଗାଧୋଉଥିଲେ। ଏହି ସମୟରେ ଜଣେ ଲୋକ ପାଣିରେ ବୁଡିଯାଉଥିବା ଦେଖି ମହେନ୍ଦ୍ର ଓ ସାଙ୍ଗମାନେ ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଉକ୍ତ ଲୋକଙ୍କୁ ସାଙ୍ଗମାନେ ଉଦ୍ଧାର କରି ଉପରକୁ ଆଣିଥିବାବେଳେ ଗଭୀର ପାଣିରେ ଫସି ଯାଇଥିଲେ ମହେନ୍ଦ୍ର

ପଢନ୍ତୁ; ଇଣ୍ଟରନେଟରେ ଛାଇଲା ମଣ୍ଟୁ ଛୁରିଆଙ୍କ ମ୍ୟୁଜିକ ଭିଡିଓ “ଲବଙ୍ଗ ଲତା”

Related posts

ସମଝୌତା ଏକ୍ସପ୍ରେସକୁ ବାତିଲ କଲା ପାକିସ୍ତାନ

ENO Beuro

ଜୁଲାଇ ୨୭ରେ ହେବ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ENO Beuro

ରାଜ ଠାକରେ: ଏବେ ଦେଶକୁ ମୋଦି ମୁକ୍ତ କରିବାର ସମୟ ଆସିଛି,ସବୁ ବିପକ୍ଷ ଦଳକୁ ଏକାଠି ହେବା ଦରକାର

ENO Beuro

1 comment

Leave a Comment