SPORTS

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଇଂଲଣ୍ଡ

Ee

ବାଜି ମାରିଲା ଇଂଲଣ୍ଡ, ୧୦୪ ରନରେ ହରାଇଲା ଦକ୍ଷିଣ ଆଫ୍ରିକାକୁ

 

ବିଶ୍ବକପର ପ୍ରଥମ ମ୍ୟାଚରେ ବାଜି ମାରିଲା ଇଂଲଣ୍ଡ । ଆଇସିସି ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍‌ରେ ଇଂଲଣ୍ଡ ଶୋଚନୀୟ ଭାବେ ପରାସ୍ତ କରିଛି। ଇଂଲଣ୍ଡ ଦେଇଥିବା ୩୧୨ ରନର ଲକ୍ଷକୁ ପିଛା କରି ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ୪ର୍ଥ ଓଭରରେ ଆହତ ହୋଇ ପାଭିଲିୟନ୍ ଫେରିଯାଇଥିଲେ ଅମଲା ରିଟାୟର୍ଡ । ଏହା ପରେ ଧୀରେ ଧୀରେ କରି ଦକ୍ଷିଣ ଆଫ୍ରିକାର ୱିକେଟ ପତନ ହୋଇଥିଲା । ୩୯.୫ ଓଭରରେ ମାତ୍ର ୨୦୭ ରନରେ ସୀମିତ ହୋଇଗଲା ଦକ୍ଷିଣ ଆଫ୍ରିକା ।

ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଏହା ପରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଇଂଲଣ୍ଡ । ତେବେ ପ୍ରଥମ ବଲରେ ଇଂଲଣ୍ଡର ପ୍ରଥମ ଓ୍ଵିକେଟ ଯିବା ଦଳକୁ ଦୋହଲାଇ ଦେଇଥିଲା । ଜନି ବେୟାଷ୍ଟୋଙ୍କୁ ଖାତାଖୋଲିବା ପୂର୍ବରୁ ପାଭିଲିୟନକୁ ପଠାଇ ଦେଇଥିଲେ ଇମରାନ ତାହିର । କିନ୍ତୁ ଇଂଲଣ୍ଡର ରୁଟ୍ ଓ ରୟ ପାଳିକୁ ସମ୍ଭାଳିବା ସହିତ ୧୦୬ ରନର ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ କରିଥିଲେ । ଜେସନ ରୟ ୫୩ ବଲରୁ ଦମଦାର ୫୪ ରନ କରି ଆଉଟ୍ ହୋଇଥିବା ବେଳେ ରୁଟ୍ ୫୯ ବଲରୁ ୫୧ ରନ କରି ଆଉଟ ହୋଇଥିଲେ ।

ପଢନ୍ତୁ: ଆଜିଠୁ ଆରମ୍ଭ ଦିନିକିଆ ବିଶ୍ଵକପ

Related posts

ବିଶ୍ବକପ୍‌ରେ କପିଳଙ୍କ କମାଲକୁ ପୁରିଲା ୩୬ ବର୍ଷ

Ratnamani Moharana

ତୃତୀୟ ଟ୍ବେଣ୍ଟି-୨୦:ନ୍ୟୁଜିଲାଣ୍ଡ ୨-୧ରେ ବିଜୟୀ

ENO Beuro

ଅବିଶ୍ଵସନୀୟ ମାହୋଲ,ମୁଁ ବାକ୍ ଶୂନ୍ୟ: ସଚିନ୍‌ ତେନ୍ଦୁଲକର

ENO Beuro

Leave a Comment