ଶ୍ରୀଲଙ୍କାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ୨ଟି ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଶ୍ରୀଲଙ୍କା ଗସ୍ତରେ ଯିବେ ଇଂଲଣ୍ଡ କ୍ରିକେଟ ଖେଳାଳି । ଏହି ଖେଳ ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୨ଟି ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ ୧୯ରେ ଖେଳାଯିବ। ଏହି ମ୍ୟାଚ ଗାଲେରେ ହେବ। ସେହିପରି ଦ୍ୱିତୀୟ ଟେଷ୍ଟ ମ୍ୟାଚ ମାର୍ଚ୍ଚ ୨୭ରେ କୋଲମ୍ବୋରେ ଖେଳା ଯିବ। ଏସବୁ ଭିତରେ ଏକ ଖବର ଆସିଛି କି ଚୀନରେ ପ୍ରଭାବ ବିସ୍ତାର କରିଥିବା କରୋନାଭାଇରସ୍ ସଂକ୍ରମଣ ଭୟରେ ଇଂଲଣ୍ଡ ଖେଳାଳି ଶ୍ରୀଲଙ୍କାର ଦଳର ସଦସ୍ୟଙ୍କ ସହିତ ହାତ ମିଳାଇବେ ନାହିଁ । ତେବେ ଇଂଲଣ୍ଡ ଖେଳାଳି ହାତମୁଠାରେ ମୁଠା ଘଷି ଶ୍ରୀଲଙ୍କା ଦଳ ସଦସ୍ୟଙ୍କୁ ଅଭିବାଦନ ଜଣାଇବେ ବୋଲି ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋଏ ରୁଟ କହିଛନ୍ତି।
କୁହାଯାଉଛି କି, ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଇଂଲଣ୍ଡ ଦଳର କେତେକ ସଦସ୍ୟ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହିତ ଫ୍ଲୁର ଶିକାର ମଧ୍ୟ ହୋଇଥିଲା। ତେଣୁ ଇଂଲଣ୍ଡ ଦଳ ପକ୍ଷରୁ ଏଭଳି ସତର୍କତା ଅବଲମ୍ବନ କରାଯିବ। ଏହା ଦ୍ୱାରା ଜୀବାଣୁ ବା ଭୂତାଣୁ ସଂକ୍ରମଣ ହୋଇପାରିବ ନାହିଁ ବୋଲି ମେଡିକାଲ ଟିମ୍ ପରାମର୍ଶ ଦେଇଛନ୍ତି। ଏଥିସହିତ ନିୟମିତ ଭାବେ ଟିମ୍ର ପ୍ରତ୍ୟେକ ସଦସ୍ୟ ଜେଲ ଓ ଓ୍ଵାଇପସ୍ ଜରିଆରେ ହାତକୁ ପରିସ୍କାର ପରିଚ୍ଛନ୍ନ ରଖିବେ ବୋଲି ଜୋଏ ରୁଟ କହିଛନ୍ତି।
ପଢନ୍ତୁ: ଜୀବସତ୍ତା ସନ୍ଧାନ ଦେଇପାରେ ମଙ୍ଗଳ ଗ୍ରହରେ ଥିବା ରହସ୍ୟମୟ ଗହ୍ଵର