ଅକ୍ଟୋବରରେ ରିଲିଜ ହେବ ‘ମାଇଣ୍ଡ ଗେମ୍’
ବହୁଚର୍ଚ୍ଚିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍’ ଖୁବ୍ଶୀଘ୍ର ପ୍ରେକ୍ଷାଳୟକୁ ଆସିବ। ଯଦିଓ ତାରିଖ ନିର୍ଦ୍ଧାରିତ ହୋଇପାରି ନାହିଁ, ତେବେ ଅକ୍ଟୋବର ମାସରେ ହିଁ ଏହା ମୁକ୍ତିଲାଭ କରିବ ବୋଲି ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥା ଓ ମୁଖ୍ୟ ଅଭିନେତା ମନୋଜ ମିଶ୍ର କହିଛନ୍ତି।