News

ଇଥିଓପିଆ ବିମାନ ଦୁର୍ଘଟଣାରେ ୪ ଭାରତୀୟଙ୍କ ସମେତ ୧୫୭ ମୃତ

eothipia flight crashed

ଇଥିଓପିଆ  ଏୟାରଲାଇନ୍ସର ଏକ ବିମାନ ଆଜି ଉଡ଼ାଣ ଆରମ୍ଭ କରିବାର ୬ ମିନିଟ୍‌ ମଧ୍ୟରେ ଦୁର୍ଘଟଣା ର ଶିକାର ହେବାରୁ ଏଥିରେ ଥିବା ସମସ୍ତ ୧୫୭ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୪୯ ଜଣ ଯାତ୍ରୀ ଏବଂ ୮ ଜଣ ପରିଚାଳକ ଦଳ ସଦସ୍ୟ ସାମିଲ ଅଛନ୍ତି । ଇଥିଓପିଆନ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ବିମାନ ସବୁଦିନ ଭଳି ଅଦିମ ଅବାବା ଠାରୁ କେନ୍ୟାର ରାଜଧାନୀ ନୈରବୀ ଯାଉଥିଲା |

crashed flight parts
ethiopia flight crashed

ବିମାନ ଆଜି ସକାଳ ୮.୩୮ରେ ଯାତ୍ରା ଆରମ୍ଭ କରିଥିଲା କିଛି ସମୟ ପରେ ଅର୍ଥାତ ୮.୪୪ ସମୟରେ ବିମାନ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା | ବିମାନ ଅଦିମ ଅବାବା ଠାରୁ ମାତ୍ର ୬୦ କି:ମି: ଦୂରର ବିସୋଟୁ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା |ବିମାନର ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଇଥିଓପିଆ ସରକାରୀ ଟେଲିଭିଜନ ପ୍ରଚାର କରିଥିବା ବେଳେ ଯାତ୍ରୀମାନଙ୍କ ବିବରଣୀ ମଧ୍ୟ ଜାରି କରାଯାଇଛି। ମୃତ ୪ ଜଣ ଭାରତୀୟ ହେଉଛନ୍ତି ଶିଖା ଗର୍ଗ, ବୈଦେ ପାନଗେସ ଭାସ୍କର, ବୈଦେ ହାନସିନ ଅନଗେସ, ଓ ନୁକାବରାପୁ ମନିଶା ବୋଲି ବୈଦେଶିକ ମନ୍ତ୍ରୀ ସୁଷମ ସ୍ଵରାଜ  ଟୁଇଟ କରି ପୀଡିତ ପରିବାରକୁ ସମବେଦନା ଜଣାଇଛନ୍ତି।
ପଢନ୍ତୁ: ଭାରତକୁ ଯୁଦ୍ଧ ପାଇଁ ଉସୁକାଉଛି ପାକିସ୍ତାନ : ରାଜସ୍ତାନରେ ମାଡ କଲା ୨ଟି ଡ୍ରୋନ ବୋମା

Related posts

ପୁରୀରେ ଚାଲିଛି ୧୦ ଏଟିଏମ ବସ

Ratnamani Moharana

କୁଆଖାଇ ପଠାରୁ ଅଧପୋଡା ଶବ ଜବତ ଘଟଣା : ଆଜି ଆସିବ ବ୍ୟବଚ୍ଛେଦ ରିପୋର୍ଟ

ENO Beuro

କୁନ୍ଦିଲି ଘଟଣା :ତଦନ୍ତ କରିବ ଜାତୀୟ ମାନବିକ ଅଧିିକାର କମିସନଙ୍କ ସ୍ୱତନ୍ତ୍ର ଟିମ୍‌

ENO Beuro

Leave a Comment