Loading...

ଖୁବଶୀଘ୍ର ଆସିବ ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ

ଖୁବଶୀଘ୍ର ଆସିବ ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ

ଖୁବଶୀଘ୍ର ଆସିବ ସିଙ୍ଗଲ ଡୋଜ କୋଭିଡ ଭ୍ୟାକ୍ସିନ ସ୍ପୁଟନିକ୍ ଲାଇଟ୍ । ଏହାର ଜରୁରୀକାଳୀନ ବ୍ୟବହାର ଲାଗି ସୁପାରିସ କରିଛି ବିଶେଷଜ୍ଞ ପ୍ୟାନେଲ ।

ଖୁବଶୀଘ୍ର ଆସିବ ସିଙ୍ଗଲ ଡୋଜ କୋଭିଡ ଭ୍ୟାକ୍ସିନ ସ୍ପୁଟନିକ୍ ଲାଇଟ୍ । ଏହାର ଜରୁରୀକାଳୀନ ବ୍ୟବହାର ଲାଗି ସୁପାରିସ କରିଛି ବିଶେଷଜ୍ଞ ପ୍ୟାନେଲ । ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ ଗ୍ରୀନ ସିଗନାଲ ଦେବା ପରେ ଦେଶରେ ଆରମ୍ଭ ହେବ ସିଙ୍ଗଲଡୋଜ ଭ୍ୟାକ୍ସିନ ପ୍ରକ୍ରିୟା । ତେବେ ବିଭିନ୍ନ ନିୟାମକ ବ୍ୟବସ୍ଥା ମଧ୍ୟରେ ଏହି ଟିକା ଦିଆଯିବ ବୋଲି କହିଛନ୍ତି ବିଶେଷଜ୍ଞ ପ୍ୟାନେଲ । ବିଶ୍ୱକୁ ଆସିଥିବା ସ୍ପୁଟନିକ-ଭି ପରି ସ୍ପୁଟନିକ ଲାଇଟ ମଧ୍ୟ ମହାମାରୀ ବିରୋଧରେ ଶକ୍ତିଶାଳୀ ବୋଲି ବିଶେଷଜ୍ଞ କହିଛନ୍ତି ।

ଗତ ଜାନୁଆରୀ ୩୧ରେ ବସିଥିବା ବିଶେଷଜ୍ଞ କମିଟି ବୈଠକରେ ଡକ୍ଟର ରେଡିସ୍ ଲାବରେଟୋରି ପକ୍ଷରୁ ସ୍ପୁଟନିକ ଲାଇଟର ଆମଦାନି ପାଇଁ ପ୍ରସ୍ତାବ ଦାଖଲ କରାଯାଇଥିଲା । ଏହାର ଜରୁରୀକାଳୀନ ବ୍ୟବହାର ତଥା ବୁଷ୍ଟର ଡୋଜ ଟିକାକରଣ ପାଇଁ ଡକ୍ଟର ରେଡିସ ପକ୍ଷରୁ ଆବେଦନ କରାଯାଇଥିଲା । ସ୍ପୁଟନିକ-ଲାଇଟର କାର୍ଯ୍ୟକ୍ଷମତା, ଏହାର ନିରାପତ୍ତା ଆଦି ସମ୍ପର୍କରେ ରିପୋର୍ଟ ଉପସ୍ଥାପିତ କରାଯାଇଥିଲା । ଓମିକ୍ରନ ବିରୋଧରେ ଏହି ଟିକା ଫଳପ୍ରଦ ବୋଲି ମଧ୍ୟ କୁହାଯାଇଥିଲା । ସ୍ପୁଟନିକ ଲାଇଟ ବର୍ତ୍ତମାନ ଋଷ, ଆର୍ଜେଣ୍ଟିନା ସମେତ ୨୯ରୁ ଅଧିକ ରାଷ୍ଟ୍ରରେ ବ୍ୟବହୃତ ହେଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.