EnewsOdia.Com

ଜାମ୍ମୁ-କାଶ୍ମୀରରେ ପହଞ୍ଚିଲେ ୟୁରୋପୀୟ ସାଂସଦଙ୍କ ପ୍ରତିନିଧିଦଳ

ଗ୍ରାଉଣ୍ଡ ଜିରୋରୁ ଦେଖିବେ ବାସ୍ତବ ସ୍ଥିତି

ଦୁନିଆ ଜାଣିବ କାଶ୍ମୀରର ସତ । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ କୈାଣସି ବିଦେଶୀ ପ୍ରତିନିଧି ଦଳ କାଶ୍ମୀର ଗସ୍ତ କରିଛନ୍ତି ।  ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇଥିଲା, ଯାହାକୁ କୌଣସି ରାଷ୍ଟ୍ର ସମର୍ଥନ କରି ନ ଥିଲେ। ଜାମ୍ମୁ-କାଶ୍ମୀର ବାସୀଙ୍କୁ ନେଇ ପାକିସ୍ତାନ ଭାରତ ବିରୋଧୀ ମନ୍ତବ୍ୟ ଦେବା ସହିତ ମିଥ୍ୟା ଅଭିଯୋଗ କରୁଥିବାବେଳେ ଏହି ପ୍ରତିନିଧିମଣ୍ଡଳୀ ଗ୍ରାଉଣ୍ଡ ଜିରୋରୁ ବାସ୍ତବ ସ୍ଥିତି ଆକଳନ କରିବ ବୋଲି ଜଣାପଡ଼ିଛି।

 

ଭାରତ ଗସ୍ତରେ ଥିବା ୨୮ ସଦସ୍ୟ ବିଶିଷ୍ଟ ୟୁରୋପିୟ ସଂଘର ପ୍ରତିନିଧି ମଣ୍ଡଳ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନଏସଏ ଅଜିତ ଡୋଭାଲଙ୍କୁ ଭେଟି ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଦଳ କହିସାରିଛି, ସରକାର ଦେଶର ପ୍ରତିନିଧିଙ୍କୁ ଘାଟିକୁ ଯିବାକୁ ଅନୁମତି ନ ଦେଇ ବିଦେଶରୁ ଆସିଥିବା ପ୍ରତିନିଧିଙ୍କୁ ଘାଟିକୁ ଯିବାକୁ ଅନୁମତି ଦେଇଛନ୍ତି ।

ପଢନ୍ତୁ: ନୂଆ ରୂପରେ ହେବ କଟକ ଐତିହାସିକ ବାଲିଯାତ୍ରା

ସମ୍ବନ୍ଧିତ ଖବର

କ୍ଷେତରେ ନିଆଁ ଲଗାଇ ଦିଲ୍ଲୀ ପ୍ରଦୂଷଣକୁ ବଢ଼ାଉଥିବା ୨,୯୨୩ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପଞ୍ଜାବ ସରକାର

Ratnamani Maharana

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଜାରି

Ratnamani Maharana

ଅସଦୁଦ୍ଦିନ ଓୱେସୀଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମକଦ୍ଦମା ରୁଜ୍ଜୁ ଦାବି

Ratnamani Maharana

ଭୁବନେଶ୍ୱର ‘ଜନପଥ’କୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିବାକୁ ଦାବି

Ratnamani Maharana

ଆଜି ଗାଇସିଲଟରେ ଗଡିବ ନବୀନଙ୍କ ପ୍ରଚାର ଗାଡି, ମୈଦାନରେ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ratnamani Maharana

ସ୍ବର୍ଗଦ୍ବାରର ହେବ ନବକଳେବର, ବିଜୁଙ୍କ ସମାଧି ଭାଙ୍ଗିବାକୁ ନବୀନଙ୍କ ଘୋଷଣା

Ratnamani Maharana