EnewsOdia.Com

ଜମ୍ମୁ କଶ୍ମୀରରେ ଉଚ୍ଛେଦ ହେଲା ବିଧାନ ପରିଷଦ

ଜମ୍ମୁ କଶ୍ମୀର ଚଳିତ ମାସରେ ହିଁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ୬୨ ବର୍ଷ ପୁରୁଣା ଜମ୍ମୁ କଶ୍ମୀର ବିଧାନ ପରିଷଦକୁ ସରକାର ଉଚ୍ଛେଦ କରିଛନ୍ତି। ଏହାର ସମସ୍ତ କର୍ମଚାରୀ ଏବଂ ସଚିବଙ୍କୁ ଆଜି ଏ ବାବଦରେ ଅବଗତ କରାଯିବା ସହ ସାଧାରଣ ପ୍ରଶାସନ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି। ଆସନ୍ତା ୩୧ ତାରିଖ ଦିନ ବିଧାନ ପରିଷଦ ଭଙ୍ଗ ହେବା ସହ ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ ଏବଂ ଏହାର ବିଧାନସଭା ମଧ୍ୟ ରହିବ।

ଏହା ପୂର୍ବରୁ ଆଜି ବିଧାନ ପରିଷଦର ୧୧୬ କର୍ମଚାରୀଙ୍କୁ ସେମାନଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ସୂଚିତ କରାଯାଇଛି। ୧୯୫୭ ମସିହାରେ ୩୬ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନ ପରିଷଦ ଗଠନ ହୋଇଥିଲା ଏବଂ ଏହା ୮୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଉଚ୍ଚ ସଦନ ଭାବେ କାର୍ଯ୍ୟ କରୁଥିଲା।

ପଢନ୍ତୁ: ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ସମ୍ବନ୍ଧିତ ଖବର

ଫଳାଫଳା ଆସିବା ପୂର୍ବରୁ ଆପ ଶିବିରରେ ଉତ୍ସବର ମାହୋଲ

Ratnamani Maharana

ଟଙ୍କା ଉଧାର ଆଣିବାରେ ସବୁ ରେକର୍ଡ ଭାଙ୍ଗିଲାଣି ଇମ୍ରାନ୍‌ ଖାଁଙ୍କ ସରକାର

Ratnamani Maharana

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Ratnamani Maharana

୫-ଟି ନେଇ ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ସୁର ରାଉତରାୟ

Ratnamani Maharana

ପରବର୍ତ୍ତୀ ଦଲାଇ ଲାମା ଚୟନ ନେଇ ଚୀନର ଦାବି

Ratnamani Maharana

ଜାନୁଆରି ୧୮ରୁ ହାର୍ଦ୍ଦିକ ପଟେଲ ନିଖୋଜ

Ratnamani Maharana