LIFESTYLE

କଣ ଆପଣ ପିଉଛନ୍ତି କି କମ ପାଣି ହୋଇପାରେ ଅସୁବିଧା ଜାଣନ୍ତୁ କିପରି କରିବେ

By Jitendra

December 23, 2017

କଣ ଆପଣ ପିଉଛନ୍ତି କି କମ ପାଣି ହୋଇପାରେ ଅସୁବିଧା ଜାଣନ୍ତୁ  କିପରି କରିବେ କମ୍‌ ମାତ୍ରାରେ ପାଣି ପିଇଲେ ଆପଣଙ୍କ ଶରୀରର ରଙ୍ଗ ମଳିନ ପଡିଯିବ । ତା’ଛଡ଼ା ତ୍ୱଚା ଶୀଘ୍ର ଲୋଚାକୋଚା ହେବାର ବି ଆଶଙ୍କା ରହିଛି । ୨୦୦୯ ରେ ମେଡଫର୍ଡ ଠାରେ ଥିବା ଟଫ୍‌ଟସ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ଗବେଷଣାରୁ ଜଣାଯାଇଛି ଯେ ଯେଉଁମାନେ କମ୍‌ ପାଣି ପିଅନ୍ତି, ସେମାନେ ଶୀଘ୍ର କ୍ରୋଧିତ ହୋଇଥାଆନ୍ତି । ତା’ଛଡା ସେମାନେ ଅଧିକାଂଶ ସମୟରେ ଦ୍ୱନ୍ଦ ଭିତରେ ରହି ଯାଆନ୍ତି ଓ ମାନସିକ ଚାପର ଶିକାର ମଧ୍ୟ ହୋଇଥାଆନ୍ତି ବୋଲି ଏହି ଗବେଷଣାରେ କୁହାଯାଇଛି ।

କମ୍‌ ଜଳ ପିଇବା ଦ୍ୱାରା ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡ଼ିଥାଏ । ଲଣ୍ଡନର ମନୋଚିକିତ୍ସା ଅନୁଷ୍ଠାନର ବୈଜ୍ଞାନିକମାନେ ସେମାନଙ୍କର ଗବେଷଣାରୁ ସୂଚନା ଦେଇଛନ୍ତି ଯେ ମସ୍ତିଷ୍କର ଯେକୌଣସି କାର୍ଯ୍ୟର ସମାପନରେ ବିଳମ୍ବ ଘଟିଥାଏ । ବିଶେଷ କରି ବିଭିନ୍ନ ସମସ୍ୟା ସମ୍ବଳିତ ବେଳେ ବେଳେ ଏହା ସହଜରେ ଧରାପଡ଼ିଥାଏ ।

କମ୍‌ ମାତ୍ରାରେ ଜଳ ପିଇଲେ ଆପଣ କିଡିନ ଷ୍ଟୋନ୍‌, ମୂତ୍ରଜନିତ ରୋଗ, ହୃଦ୍‌ଘାତ ଓ ଅନ୍ତଃନାଳୀ କର୍କଟ ରୋଗର ଶିକାର ହୋଇପାରନ୍ତି । ଦ୍ୱିତୀୟତଃ ବିଶ୍ରାମ ନେବା ସମୟରେ ଆପଣଙ୍କର କାଲୋରି ବର୍ଣ୍ଣ ହେଉଥିବା ପ୍ରକ୍ରିୟାରେ ସ୍ଥିରତା ଆସିପାରେ । ଏହା ଜଣାଇଛନ୍ତି ଡାକ୍ତର ହାଓ୍ଵାର୍ଡ ମୁରାଦ୍‌ ।

ଯଦି ଆପଣ କମ୍‌ ପରିମାଣରେ ଜଳ ପାନ କରିବେ, ତେବେ ଆପଣଙ୍କ ଖାଇବାର ପରିମାଣ ବଢ଼ିଯିବ ବୋଲି ମଧ୍ୟ ଗବେଷଣାରୁ ଜଣାଯାଇଛି । ୨୦୧୦ରେ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି । ଏଥିରେ ୪୫ ଜଣ କମ୍‌ ପାଣି ପିଉଥିବା ଲୋକଙ୍କୁ ସାମିଲ୍‌ କରାଯାଇ ଗବେଷଣା ହୋଇଥିଲା । ଫଳତଃ ଆପଣ ଶୀଘ୍ର ମେଦ ବହୁଳତାର ଶିକାର ହୋଇ ପାରନ୍ତି।

ମନେ ରଖନ୍ତୁ ପାଚନ କ୍ରିୟା ଏବେ ଜଟିଳ ପ୍ରକ୍ରିୟା । ଏହା ଠିକ୍‌ ରହିଲେ ମଣିଷର ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ସତେଜ ରହେ ।ଖାଇବା ସମୟରେ ପାଣି ପିଇଲେ ବଦ ହଜମୀ ବା କୋଷ୍ଠ କାଠିନ୍ୟତାର ସମସ୍ୟା ବି ରହିବ ନାହିଁ ବୋଲି ମଧ୍ୟ ଜଣାଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଖାଇବା ସମୟରେ ପାଣି ପିଇଲେ ଆପଣ ଅଧିକ ମାତ୍ରାରେ ଭୋଜନରୁ ବି ନିବୃତ୍ତ ରହିବେ । ଏହା ଶରୀର ପାଇଁ ଭଲ । ଜଳରେ ବହୁ ପରିମାଣରେ ନ୍ୟୁଟ୍ରିଅଣ୍ଟସ ଥାଏ, ଯାହା ଆପଣଙ୍କୁ ଖାଦ୍ୟ ସହିତ ସହଜରେ ମିଳିଯାଇଥାଏ । ଏଣୁ ଖାଇବା ସମୟରେ ପାଣି ପିଇବାରେ କିଛି ସମସ୍ୟା ନାହିଁ ।