VASTU

ସକାଳୁ ଉଠିବା ପରେ କରନ୍ତୁ ଏହି କାମ: ଘରେ ସୁଖଶାନ୍ତିର ଅଭାବ ରହିବା ନାହିଁ

କଥାରେ ଅଛି ଦିନର ଆରମ୍ଭରୁ ହିଁ ଦିନର ପରିଚାର୍ଜ୍ୟା  ବିଷୟରେ ଜଣାପଡିଥାଏ। ତେବେ ସକାଳୁ ସକାଳୁ ଉଠିବା ପରେ ଆମେ ଏପରି କିଛି କାର୍ଯ୍ୟ ନିଜ ଅଜଣାତରେ କରିଥାଉ ଯାହା ଆମ ଦିନଟିକୁ ନକରାତ୍ମକ  କରିଦେଇଥାଏ। ସକାଳୁ ପ୍ରାୟ ସମସ୍ତେ ଚାହାଁନ୍ତି ଯେ ତାଙ୍କ ଦିନର ଆରମ୍ଭ ଭଲରେ ହେଉ ଓ ଭଲରେ ଭଲରେ କଟୁ। ତେବେ ଆସନ୍ତୁ ଜାଣିବା ସକାଳୁ ଉଠିବା ପରେ କଣ କଲେ ଆମ ଦିନଟି ସୁଖମୟ ହୋଇବ।

ପ୍ରାୟତଃ କିଛି ଲୋକ ସକାଳୁ ଉଠି ଆଇନା   ଦେଖିଥାନ୍ତି। ବାସ୍ତୁଅନୁସରେ ସକାଳୁ ଉଠି ମୁହଁ ଦେଖିବା ଦ୍ଵାରା ଦିନଟି ଅଶୁଭ ହୋଇଥାଏ। ଏହା ବ୍ୟତୀତ ସକାଳୁ କାହା ଚେହେରା ମଧ୍ୟ ଦେଖିବା ଉଚିତ୍‌ ନୁହେଁ ବୋଲି ଶାସ୍ତ୍ରରେ  ଲେଖାଅଛି।

୧) ଦିନର ଶୁଭାରମ୍ଭ କରିବା ପାଇଁ ସକାଳୁ ଉଠି ପ୍ରଥମେ ନିଜର ଇଷ୍ଟ ଦେବତାଙ୍କର ଧ୍ୟାନ କରନ୍ତୁ। ଏପରି କଲେ ଆପଣଙ୍କ ଆତ୍ମ ବିଶ୍ୱାସ ବଢେ ଓ ଦିନଟି ଭଲରେ କଟେ।
୨) ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି ଶବ୍ଦ କିମ୍ବା ଶଙ୍ଖର ଶବ୍ଦ ଶୁଣିଲେ ଆପଣଙ୍କ ଭିତରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।


୩) ଘରୁ ବାହାରିବା ସମୟରେ ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଝାଡ଼ୁ  ମାରୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।


୪) ସକାଳେ ଘରୁ ବାହାରିବା ସମୟରେ ଯଦି ଆପଣ ଧଳା ରଙ୍ଗର ଗାଈ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।


ପଢନ୍ତୁ: ଚୁଟି ଧଳା ଓ ଗଞ୍ଜାପଣରୁ ମୁକ୍ତି ଦେବ ଅଁଳା: ଆସନ୍ତୁ ଜାଣିବା କିପରି

Related posts

ଜୀବନରେ ହସ ଖୁସିର ରଙ୍ଗମଂଚ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଆଧ୍ୟାତ୍ମିକ ତରିକା!

ENO Beuro

ଜାଣନ୍ତୁ କେଉଁ ଦିନ କି ପ୍ରକାର ଜିନିଷ କିଣିବା ହୋଇଥାଏ ଶୁଭ

Ratnamani Moharana

ବାସ୍ତୁଶାସ୍ତ୍ର ଅନୁସାରେ କାହାରିକୁ ଏହି ସବୁ ଜିନିଷ ଉପହାରରେ ଦିଅନ୍ତୁ ନାହିଁ

ENO Beuro

Leave a Comment