News

ଆକ୍ସନ ମୁଡ୍‌ରେ ବିଏମ୍‌ସି : ୧ ନମ୍ବର ହାଟରୁ ଜବରଦଖଲ ଉଚ୍ଛେଦ

Vlcsnap 2019 09 10 13h10m41s627

ଆକ୍ସନ ମୁଡରେ ବିଏମସି । ଏକ ନମ୍ବର ହାଟରୁ ଜବର ଦଖଲ ଉଚ୍ଛେଦ କରୁଛି ବିଏମସି । ବର୍ଷ ବର୍ଷ ଧରି ସରକାରୀ ଟଙ୍କାକୁ ନିଜ ପକେଟରେ ଭର୍ତ୍ତି କରୁଥିବା ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ ଲାଗିଛି ଛାଟ | ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଏମସି ଏକ ନମ୍ବର ହାଟରୁ ଉଚ୍ଛେଦ କରୁଛି । ବିଏମସି  ଓ ବିଡିଏର ମିଳିତ ଟିମ୍ କ୍ୟାପିଟାଲ ଥାନା ପୋଲିସର ଉପସ୍ଥିତିରେ ମଣ୍ଡପରେ ଥିବା ସମସ୍ତ ଦୋକାନର ତାଲା ଭାଙ୍ଗି ନିଜ ଅକ୍ତିଆରକୁ ନେଇଛି | ଦୀର୍ଘ ଦିନ ଧରି ସାଧାରଣରେ ଏ ନେଇ ଅସନ୍ତୋଷ ରହିଥିଲା |

ଗଣେଶ ମଣ୍ଡପକୁ ଜବରଦଖଲ କରି ବେଆଇନ୍ ଭାବେ ଭଡା ଲଗାଇଥିଲେ କିଛି ନିର୍ଦ୍ଦଷ୍ଠ ଗୋଷ୍ଠୀ । ରାଜ୍ୟ ସରକାରଙ୍କୁ ଅର୍ଥ ନଦେଇ ଲୁଟ୍ କରୁଥିଲେ ଜବରଦଖଲକାରୀ ।

Vlcsnap 2019 09 10 13h10m09s978

ଏହି ଉଚ୍ଛେଦ ବେଳେ ଗଣେଶ ମନ୍ଦିର ନିକଟରେ ମଦ ବୋତଲ ଗଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଥିଲା | ଅର୍ଥାତ୍ ଏଠାରେ କିଭଳି କାରବାର ହେଉଥିଲା ତାହା ସ୍ପଷ୍ଟ ହୋଇଛି | ତେବେ ଗଣେଶଙ୍କ ପୂଜା ଯଥା ରୀତିରେ ଚାଲିବ ବୋଲି ବିଏମସି କହିଛି |

ପଢନ୍ତୁ: ଦିନକ ପାଇଁ ପୁଲିସ୍ ଅଫିସର୍ ସାଜିଲେ ୫ କୁନିପିଲା

Related posts

ସୁକମାରେ ଗୁଳି ବିନିମୟ, ୮ ମାଓବାଦୀ ନିହତ

ENO Beuro

Illegal Sand Transport To Uttar Pradesh, Railway Police Has Arrested Two Accused

ENO Beuro

“ନିଜ ପୂର୍ବ ନିଷ୍ପତ୍ତିକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ ” ଜାଣନ୍ତୁ

ENO Beuro

1 comment

ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ପ୍ରଭାବ ପକାଇଛି ନୂଆ ମୋଟର ଯାନ ଆଇନ September 10, 2019 at 3:04 pm

[…] ଆକ୍ସନ ମୁଡ୍‌ରେ ବିଏମ୍‌ସି : ୧ ନମ୍ବର ହାଟରୁ… […]

Leave a Comment