News

ଭକ୍ତଙ୍କ ପାଇଁ ବଡ ଦାଣ୍ଡରେ ବିଛାଗଲା ଗାଲିଚା

Absbsbwbwwbwrbwrbwrbwbwrbwr

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ସୋମବାରଠାରୁ ଆରମ୍ଭ ହୋଇଥିବା ଉଚ୍ଛେଦ  ପ୍ରକ୍ରିୟା ଗତକାଲି ମଧ୍ୟ ଜାରି ରହିଥିଲା। ଦ୍ବିତୀୟ ଦିନ ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ ସରିନାହିଁ। ତେବେ ଆଜି ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ମେଘନାଦ ପାଚେରିକୁ ଲାଗି ରହିଥିବା ସମସ୍ତ ସରକାରୀ, ବେସରକାରୀ କୋଠା ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ  ନିଷ୍ପତ୍ତି ନେଇ ଗତ ୧୯ ତାରିଖରୁ କାର୍ଯ୍ୟ ଆରମ୍ଭ କରିଛି।

ସେହିଭଳି ଭକ୍ତଙ୍କ ପାଇଁ ବଡଦାଣ୍ଡରେ ବ୍ୟାରିକେଡ ନିକଟରୁ ଗାଲିଚା  ବିଛା ଯାଇଛି। ପିଚୁରେ ଭକ୍ତଙ୍କ ପାଦ ତାତି ଫୋଟକା ହୋଇଯାଉଥିବା କାରଣରୁ ଏଭଳି ବ୍ୟବସ୍ଥା କରାଯାଇଛି। ତେବେ ଶୌଚାଳୟ ଭାଙ୍ଗାଯାଇ ଥିବାରୁ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯାଇଛି।ଭଙ୍ଗାଯାଇଥିବା କୋଠାରୁ ବାହାରୁ ଥିବା ଅଳିଆ ଆବର୍ଜନାକୁ ତୁରନ୍ତ ଅପସାରଣ କରାଯାଇଛି। ପୁର୍ବରୁ ବିବାଦୀୟ କୁହାଯାଉଥିବା ଏକ ଜୋତା ଷ୍ଟାଣ୍ଡକୁ ମଧ୍ୟ ଭାଙ୍ଗି ଦିଆଯାଇଛି।

 

ପଢନ୍ତୁ: ଅଭିନନ୍ଦନଙ୍କୁ ଗିରଫ କରିଥିବା ପାକ୍ କମାଣ୍ଡୋଙ୍କୁ ହତ୍ୟା କରି ପ୍ରତିଶୋଧ ନେଲା ଭାରତୀୟ ସେନା

Related posts

କୁନି ପିଲା ମୁହଁରୁ ଝରୁଛି ଗୀତା-ଭଗବତ

Ratnamani Moharana

ଭାରତ ଫେରିଲେ ସାଉଦିରେ ଫସିରହିଥିବା ୯ ଓଡିଆ ଶ୍ରମିକ

Ratnamani Moharana

ଗୁରୁଗ୍ରାମରେ ଭୁଶୁଡ଼ିଲା ୪ ମହଲା କୋଠା, ୬ରୁ ଅଧିକ ଲୋକ ଫସିଥିବା ଅନୁମାନ

ENO Beuro