EnewsOdia.Com

ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ

ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ତଥା ପିଏମଏଲ(ଏନ) ନେତା ମିଆଁ ନୱାଜ ଶରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ଥିବା ଜଣାପଡିଛି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ଥିବା କୁହାଯାଉଛି। ଅସୁସ୍ଥତା ଯୋଗୁ ତାଙ୍କୁ ଗତ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲୋ ପାଲେଟ୍ ଲେଟ୍ କାଉଣ୍ଟ, ଲୋ ବ୍ଲଡ ପ୍ରେସର ଓ ଲୋ ସୁଗାର ଯୋଗୁ ଚିକିତ୍ସା ବେଳେ ସେ ଏଞ୍ଜିନା ଆଟାକର ମଧ୍ୟ ଶିକାର ହୋଇଛନ୍ତି।

ସରିଫ୍‌ଙ୍କ ବ୍ୟକ୍ତିଗତ ଚିକିତ୍ସକ ଆଦନାନ୍‌ ଖାନ୍‌ ଆଜି ଏକ ଟ୍ବିଟ୍‌ କରି ଏହା ଜଣାଇଛନ୍ତି।  ଶରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହେବା ଯୋଗୁ ଇସ୍ଲାମାବାଦ କୋର୍ଟ ତାଙ୍କୁ ଅଜୀଜିଆ ଦୁର୍ନୀତି ମାମଲାରେ ମଙ୍ଗଳବାର ଆଉ ଅଧିକ ୮ ଦିନ ଜାମିନ ପ୍ରଦାନ କରିଛନ୍ତି। ତେବେ ସୁଗାର ମିଲ ଅନିୟମିତତା ମାମଲାରେ ଶରିଫଙ୍କୁ ପୂର୍ବରୁ କୋର୍ଟରୁ ଜାମିନ ମିଳିସାରିଥିଲା।ଲୋ ବ୍ଲଡ ପ୍ରେସର ଯୋଗୁ ଶରିଫଙ୍କ କିଡନୀ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ତାଙ୍କ ଛାତିରେ ଯନ୍ତ୍ରଣା ଥିବାର ଡାକ୍ତରମାନେ ସୂଚନା ଦେଉଥିବାରୁ ହାର୍ଟକୁ ରକ୍ତ ସଞ୍ଚାଳନ ହ୍ରାସ ହେଉଥିବାର ଅନୁମାନ କରାଯାଉଥିବାରୁ ସେ ଗୁରୁତର ଥିବା ଡାକ୍ତରମାନେ କହିଛନ୍ତି।

ପଢନ୍ତୁ: ୩୧ରେ ଜମ୍ମୁ-କଶ୍ମୀର ବିଭାଜନ, ୪୮ ଘଣ୍ଟା ପାଇଁ ହାଇ ଆଲର୍ଟରେ ଦିଲ୍ଲୀ

ସମ୍ବନ୍ଧିତ ଖବର

ମହାବଳୀପୁରମରେ ଦୁଇ ମହାବଳୀ, ମୋଦି ଓ ଜିନପିଙ୍ଗ

Ratnamani Maharana

ଏବେ ରାସନ ଦୋକାନରେ ମିଳିବ ଅଣ୍ଡା, ମାଛ ଏବଂ ମାଂସ

Ratnamani Maharana

ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

Ratnamani Maharana

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

Ratnamani Maharana

ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ Whatsapp Pay

Ratnamani Maharana

କମିପାରେ ସୁନା ଦର

Ratnamani Maharana