EnewsOdia.Com

ପରୀକ୍ଷା ଦେବାକୁ ଆସି ରାଜଧାନୀରେ ଉତ୍ପାତ

ବିନା ଟିକେଟରେ ଯାତ୍ରା ଓ ଜବରଦସ୍ତ ଖାଇଲେ ଫଳ

ଆଜି ୧୨୦ ବାଟାଲିୟନ୍‌ରେ ଏକ ନିଯୁକ୍ତି ପରୀକ୍ଷା ରହିଛି। ଏଥିରେ ଭାଗ ନେବା ପାଇଁ ରାଜ୍ୟ ବାହାରୁ ହଜାର ହଜାର ପ୍ରତିଯୋଗୀ ଭୁବନେଶ୍ବରରେ ପହଞ୍ଚିଛନ୍ତି। ରେଳ ଷ୍ଟେସନଠାରୁ ୧୨୦ ବାଟାଲିୟନ  ପର୍ଯ୍ୟନ୍ତ ଫୁଟ୍‌ପାଥ୍‌ ଭର୍ତ୍ତି ହୋଇଥିବା ବେଳେ ଯିଏ ଯେଉଁଠି ପାରିଛି ଶୋଇଯାଇଛି। ୟୁନିଟ୍‌-୪ରେ ଥିବା ଏମ୍‌ଲ୍‌ଏ କଲୋନି ସାମ୍ନା ପାର୍କ ଏହି ପ୍ରତିଯୋଗୀଙ୍କ ଭିଡ଼ରେ ଉଛୁଳୁଛି। ଗୋଟିଏ ସ୍ଥାନରୁ ଅନେକ ସଂଖ୍ୟାରେ ଆସିଥିବାରୁ ଏମାନେ ବିଭିନ୍ନ ସ୍ଥାନରେ ଦାଦାଗିରି ଦେଖାଇଥିବା ପରିଲକ୍ଷିତ ହୋଇଛି।

ବିଭିନ୍ନ ଟ୍ରେନ୍‌ରେ ଏମାନେ ବିନା ଟିକେଟ୍‌ରେ ଆସିଛନ୍ତି। ଏଥିପାଇଁ ରେଳବାଇ ପକ୍ଷରୁ ଯାଞ୍ଚ କରାଯାଇ ୫୬ଜଣଙ୍କୁ ଜରିମାନା କରାଯାଇଛି। ଷ୍ଟେସନରେ ଶୋଇ ରହି ଯୁବତୀ ଓ ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାରୁ ରେଳବାଇ ପକ୍ଷରୁ ଏମାନଙ୍କୁ ଘଉଡ଼ା ଯାଉଥିବା ଦେଖାଯାଇଛି। ସେହିଭଳି ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଏକ ଜଳଖିଆ ଦୋକାନରେ କେତେକ ଯୁବକ ଖାଇ ଟଙ୍କା ଦେଇନଥିଲେ। ବେପାରୀକୁ ଧମକ ଚମକ ଦେଇ ପଳାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା‌। ପୁଲିସକୁ ଦେଖି ଗିରଫ ଭୟରେ ଯୁବକମାନେ ଟଙ୍କା ଦେବା ସହ କ୍ଷମା ପ୍ରାର୍ଥନା କରି ଘଟଣାସ୍ଥଳରୁ ଯାଇଥିଲେ।

ପଢନ୍ତୁ: ସୀମାନ୍ତ ଗ୍ରାମରେ ମରି ମରି ଯାଉଛି ମାତୃଭାଷା

ସମ୍ବନ୍ଧିତ ଖବର

ଲାଲଗଡରେ ଫରଫର ଉଡିଲା ତ୍ରିରଙ୍ଗା

Ratnamani Maharana

କପିଲ୍‌ ଶର୍ମାଙ୍କ ସୋରେ ୯୦ ଦଶକର ସିରିଏଲ୍‌ ‘ରାମାୟଣ’ର କଳାକାର

Ratnamani Maharana

କରୋନା ସମ୍ପର୍କରେ ପ୍ରଥମେ ସତର୍କ କରାଇଥିବା ଡାକ୍ତରଙ୍କ ଜୀବନ ନେଲା କରୋନା

Ratnamani Maharana

ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଓଡ଼ିଶା ଝିଅ ସୁସ୍ମିତା ମହାନ୍ତି

Ratnamani Maharana

ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା

Ratnamani Maharana

ରାତି ପାହିଲେ ଖଣ୍ଡଗିରି ମହାକୁମ୍ଭ ମେଳା

Ratnamani Maharana