LIFESTYLE

ଆକର୍ଷଣୀୟ ଲୁକ୍‌ ଦେବାରେ ସାହାଯ୍ୟ କରିବ ସୋରିଷ ତେଲ

ଆକର୍ଷଣୀୟ ଚେହେରା କାହାକୁ ପସନ୍ଦ ନୁହଁ। ସମସ୍ତେ ଚାହାନ୍ତି ସୁନ୍ଦର ଦେଖାଯିବାକୁ। କାହାର ଆକର୍ଷଣୀୟ ଚେହାର  ଦେଖିଲେ ଭାରି ଈର୍ଷା ଲାଗେ। ତେବେ ଚେହେରାକୁ ଆକର୍ଷଣୀୟ କରିବାକୁ ଏବେ ସମସ୍ତେ କସମେଟିକ ବ୍ୟବାହାର କରିବାର ଦେଖାଯାଉଛି। ଏହା ବ୍ୟୟବହୁଳ ହେବାସହ ଚେହେରାର ପ୍ରକୃତ ସୁନ୍ଦରତାକୁ ମଧ୍ୟ ନଷ୍ଟ କରିଥାଏ। ତେବେ ଆମ ଦୈନଦିନ ଜୀବନରେ ବ୍ୟବହାର ହେଉଥିବା କିଛି ଜିନିଷ ବ୍ୟବହାର କରି ମଧ୍ୟ ଚେହେରାକୁ ଆକର୍ଷଣୀୟ  କରିପାରିବ। ସେପରି ଏକ ବସ୍ତୁ ହେଉଛି ସୋରିଷ ତେଲ ।  ସୋରିଷ ତେଲ ପ୍ରାକୃତିକ ରୂପରେ ତ୍ୱଚା ପାଇଁ ଖୁବ୍ ଉପକାରୀ। ଆସନ୍ତୁ ଜାଣିବା କିପରି ଓ କେଉଁ ଉପାୟରେ କରିବା।

୧) ମୁହଁରେ ପ୍ରତିଦିନ ସୋରିଷ ତେଲ ମାଲିସ କରିବା ଦ୍ୱାରା କଳାଦାଗ, ସନବର୍ଣ୍ଣରୁ ରକ୍ଷା ମିଳିଥାଏ। ୧ ଚାମଚ ବେସନ, ୧ ଚାମଚ ଦହି, ଅଧା ଚାମଚ ଲେମ୍ବୁ ରସ,୧ ଚାମଚ ସୋରିଷ ତେଲ ମିଶାଇ ସପ୍ତାହରେ ତିନି ଦିନ ମୁହଁରେ ଲଗାନ୍ତୁ। ଏହା ତ୍ୱଚାକୁ ସଫା ରଖିବା ସହ ଆହୁରି ଉଜ୍ଜ୍ୱଳ କରିବ।
୨) ସୋରିଷ ତେଲର କିଛି ବୁନ୍ଦା ଚେହେରାରେ ମାଲିସ କରନ୍ତୁ । କିଛି ସମୟ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ଚମକ ଆସେ ।

୩) ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟିଫଙ୍ଗଲ ଗୁଣ ରହିଛି । ଏହାକୁ ନିୟମିତ ରୂପେ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା କୁଣ୍ଡାଇ ହେବା ଓ ସଂକ୍ରମଣ ସମସ୍ୟା ଦୂର ହୋଇଯାଏ। ଏଥିରେ ଥିବା ଆଣ୍ଟି ଇମ୍ଫ୍ଲେମେଟରୀ ଗୁଣ ତ୍ୱଚା କୁଣ୍ଡାଇ ହେବା ଓ ଜଳିବା ସମସ୍ୟାକୁ ଦୂର କରିଥାଏ।
୪) ସୋରିଷ ତେଲ ଲଗାଇବା ଦ୍ୱାରା ଶୁଷ୍କ ଓ ଫଟା ଓଠ ସମସ୍ୟାରୁ ମୁକ୍ତି ମିଳିଥାଏ। ଶୋଇବାକୁ ଯିବା ପୂର୍ବରୁ ଓଠରେ ସୋରିଷ ତେଲ ଲଗାଇବା ଦ୍ୱାରା ଓଠ ଫାଟିବା ସମସ୍ୟା ଦୂର ହୋଇଥାଏ ଓ ଓଠ କୋମଳ ରହିଥାଏ।
ପଢନ୍ତୁ: କେଶ ଓଦା ଥିବା ସମୟରେ ଏହି ସବୁ କାମ କରିବା ଦ୍ଵାରା କେଶ ଝଡ଼ିଥାଏ: ଜାଣନ୍ତୁ କଣ ସେଗୁଡିକ

Related posts

ଜାଣନ୍ତୁ A ଅକ୍ଷରର ବ୍ୟକ୍ତିଙ୍କ ବିଷୟରେ !

ENO Beuro

ନିୟମିତ ବ୍ୟାୟାମ କରୁଛନ୍ତି କି ? ନିୟମିତ ବ୍ୟାୟାମର ବ୍ୟତିକ୍ରମରେ କଣ ସମସ୍ୟା ଦେଖାଦେଇଥାଏ ,ଜାଣନ୍ତୁ!

ENO Beuro

ସୁନ୍ଦର ତ୍ଵଚା ଚାହୁଁଛନ୍ତି କି ?ଆସନ୍ତୁ ଜାଣିବା ଗାଜରରେ ସୌନ୍ଦର୍ଯ୍ୟ ଉପଚାର

ENO Beuro

Leave a Comment