POLITICALS

ଏକ୍‌ଜିଟ୍‌ ପୋଲ୍‌: ଓଡିଶାରେ ବିଜେଡ଼ିକୁ ମିଳିବ ଅଧିକ ସିଟ

Ee

ଭାରତୀୟ ଗଣତନ୍ତ୍ରର ମହାପର୍ବ ଆଜି ଶେଷ ହୋଇଛି। ୭ଟି ପର୍ଯ୍ୟାୟରେ ନିର୍ବାଚନ  ଶେଷ ହୋଇଛି। ମେ’ ୨୩ରେ ଭୋଟ ଗଣତି ହେବ। କିନ୍ତୁ ଆଜି ଶେଷ ପର୍ଯ୍ୟାୟ ଭୋଟିଂ ସରିବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ‘ଏକଜିଟ୍ ପୋଲ୍’  ପ୍ରକାଶ ପାଇବାରେ ଲାଗିଛି। ଏହି ଏକଜିଟ୍ ପୋଲ୍ ମାଧ୍ୟମରେ ଅନେକାଂଶରେ ନିର୍ବାଚନ ଫଳାଫଳର ଏକ ସ୍ପଷ୍ଟ ଚିତ୍ର ଆସିଥାଏ। ଆନୁଷ୍ଠାନିକ ଫଳାଫଳ ଆସିବା ପୂର୍ବରୁ ଦେଶର ମୁଡ୍ ଓ ହାୱାକୁ ଆକଳନ କରିବାରେ ଏହି ଏକଜିଟ୍ ପୋଲ୍ ସହାୟକ ହୋଇଥାଏ।

ଇଣ୍ଡିଆ ଟୁଡେ-ଆକ୍ସିସ୍  ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲ ଅନୁଯାୟୀ ଓଡ଼ିଶାରେ ୧୪୬ ବିଧାନସଭା ଆସନ ମଧ୍ୟରୁ ବିଜେଡି ଖାତାକୁ ଯାଇପାରେ ୮୯ରୁ ୧୦୫ ସିଟ୍‌। ସେହିପରି ୨୯ରୁ ୪୩ଟି ଆସନ ଦଖଲ କରିପାରେ ବିଜେପି । କଂଗ୍ରେସ କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ କରିବ ବୋଲି ଅନୁମାନ କରାଯାଇଛି। କଂଗ୍ରେସ ୮ରୁ ୧୨ଟି ସିଟ୍ ଦଖଲ କରିବ। ଇଣ୍ଡିଆା ଟୁଡେ-ଆକ୍ସିସ୍ ଓଡ଼ିଶାରେ ବିଜେଡିର ଭୋଟ୍ ସେୟାର ୪୪ ପ୍ରତିଶତ, ବିଜେପି ୩୫ ଓ କଂଗ୍ରେସର ଭୋଟ୍ ସେୟାର ୧୬ ପ୍ରତିଶତ ଏବଂ ଅନ୍ୟାନ୍ୟ ୫ ପ୍ରତିଶତ ରହିବ ବୋଲି ଆକଳନ କରିଛି ।

ପଢନ୍ତୁ: ତାତିରେ ଫୁଟୁଛି ସାରା ଓଡ଼ିଶା

Related posts

ପ୍ରଥମ ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ୟ ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ପାଠ ଜାରି

Ratnamani Moharana

କାଲି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Ratnamani Moharana

ଧର୍ମେନ୍ଦ୍ର ପ୍ରଧାନ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଜୁଏଲ ଓରାମ୍

ENO Beuro

Leave a Comment