• Home
  • News
  • ଶ୍ରୀମନ୍ଦିର ଭିତର ଯାଂଚ୍ ପ୍ରକ୍ରିୟା:୪ ମୁଖ୍ୟ ବିମ୍ ରେ ଫାଟ
News

ଶ୍ରୀମନ୍ଦିର ଭିତର ଯାଂଚ୍ ପ୍ରକ୍ରିୟା:୪ ମୁଖ୍ୟ ବିମ୍ ରେ ଫାଟ

ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ଯାଂଚ୍ ପ୍ରକ୍ରିୟା । ମନ୍ଦିରର ଜଗମୋହନ ଏବଂ ନାଟ ମଣ୍ଡପରେ ପାଣି ଗଳୁଥିବା ନେଇ ଯାଂଚ୍ କରୁଛି ଏଏସଆଇ ବୈଷୟିକ ଟିମ୍। ନାଟମଣ୍ଡପରେ ଥିବା ମୋଟ୍ ୧୬ ବିମ୍ ମଧ୍ୟରୁ ଚାରିକଡ଼ରେ ଥିବା ୪ ମୁଖ୍ୟ ବିମ୍ ରେ ଫାଟ ଥିବା ଏହି ଟିମ୍ ଜାଣିବାକୁ ପାଇଛନ୍ତି । ଏହି ଟିମ୍ ରେ ଆଇଆଇଟି ଖଡ଼ଗପୁରର ବିଶେଷଜ୍ଞ ଏସ.କେ. ଭଟ୍ଟାଚାର୍ଯ୍ୟ, ଏବଂ ଆଇଆଇଟି ଚେନ୍ନାଇର ବିଶେଷଜ୍ଞ ଅମ୍ଲାନ ସେନଗୁପ୍ତା ଓ ଅରୁଣ ମେନନ ସାମିଲ୍ ଥିଲେ।

expert ଶ୍ରୀମନ୍ଦିର ଶ୍ରୀମନ୍ଦିର ଭିତର ଯାଂଚ୍ ପ୍ରକ୍ରିୟା:୪ ମୁଖ୍ୟ ବିମ୍ ରେ ଫାଟ expert

ଆଜି ଦ୍ୱିତୀୟ ଦିନରେ ଯାଂଚ୍ ସମୟରେ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ବୈଷୟିକ କୋର୍ କମିଟିର ୫ ସଦସ୍ୟ କମିଟିର ଅଧ୍ୟକ୍ଷ ପ୍ରଫେସର ଆନନ୍ଦପ୍ରାଣ ଗୁପ୍ତା, ପ୍ରଫେସର ଜି.ସି. ମିତ୍ର, ଡଃ. ଏନ.ସି ପାଲ୍, ପଦ୍ମଲୋଚନ ମହାପାତ୍ର ଏବଂ ଇଂ. ଧର୍ମପ୍ରସାଦ ମିଶ୍ରଙ୍କ ସମେତ ଏଏସଆଇର ପୂର୍ବାଚଂଳ ଆଂଚଳିକ ନିର୍ଦ୍ଦେଶିକା ନନ୍ଦିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରେ ବିଶେଷଜ୍ଞ ଟିମ୍ ଓ (ଏଏସଆଇ) ବୈଷୟିକ କୋର୍ କମିଟିର ଏକ ମିଳିତ ବୈଠକ ସ୍ଥାନୀୟ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଶେଷ କରି ମରାମତି କାର୍ଯ୍ୟର ତ୍ୱରାନ୍ୱିତ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ସୂଚନାଯୋଗ୍ୟ,ଗତକାଲି ଏଏସଆଇ ବୈଷୟିକ କୋର୍ କମିଟିର ୫ ସଦସ୍ୟ ଶ୍ରୀମନ୍ଦିର ଗରୁଡ଼ସ୍ତମ୍ଭ ଉପର, ଜୟବିଜୟ ଦ୍ୱାର, ଭୋଗମଣ୍ଡପ, ଜଗମୋହନ, ନାଟମଣ୍ଡପ ଓ ଗର୍ଭଗୃହ ସଂଯୋଗ ସ୍ଥଳକୁ ତନ୍ନ ତନ୍ନ କରି ଯାଂଚ୍ କରିଥିଲେ । ତିନି ଦିନ ଧରି ଏହି ଯାଂଚ୍ ପ୍ରକ୍ରିୟା ଲିବ ବୋଲି ଜଣାପଡିଛି। ବିଶେଷଜ୍ଞ ଟିମ୍ ସ୍ଥିତିର ସମୀକ୍ଷା କରି ସବିଶେଷ ରିପୋର୍ଟ ଦେବା ପରେ ଏହାର ମରାମତି ଦିଗରେ ଏଏସଆଇ କର୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଜଣାପଡିଛି।

ପଢନ୍ତୁ;ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ୨୦୦୮ର ହିଟ୍‌ ଫିଲ୍ମ ଦୋସ୍ତାନାର ସ୍ୱିକେଲ

Related posts

ପରଲୋକରେ କରୁଣାନିଧି

Krishna Kumar Manoj

ଦିଲ୍ଲୀ ଏମ୍ସରେ ଜଗା ବଳିଆଙ୍କୁ ଭେଟିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଭୟ ଏବେ ବିପଦମୁକ୍ତ

Krishna Kumar Manoj

ପ୍ରଫେସର ଗଣେଶୀ ଲାଲ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More