News

ଚୀନ୍‌ର ରାସାୟନିକ କାରଖାନାରେ ବିସ୍ଫୋରଣ, ୨୨ ମୃତ

ଆଜି ସକାଳେ ଉତ୍ତର ଚୀନର ହେବେଇ ପ୍ରଦେଶ ଅନ୍ତର୍ଗତ ଝାଙ୍ଗଜିଆକୌ ସହରରେ ଥିବା ଏକ ରାସାୟନିକ କାରଖାନା ନିକଟରେ ବିସ୍ଫୋରଣ ଘଟିବା ଯୋଗୁଁ ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୨୨ ଜଣ ଆହତ ହୋଇଥିବା କଥା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଏବଂ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ସ୍ଥାନାନ୍ତର କରୁଛି । ଏହି ଦୁର୍ଘଟଣାରେ ୩୮ଟି ଟ୍ରକ ସମେତ ୧୨ଟି ଗାଡ଼ି ଜଳିଯାଇଛି।

chemical

ସୂଚନାଯୋଗ୍ୟ,ନିକଟରେ ଦେଶ ବିଦେଶରେ ଅନେକ ସ୍ଥାନରେ ବିସ୍ଫୋରଣ ଘଟି ବହୁ ଧନଜୀବନ ନଷ୍ଟ ହୋଇଥିବା ନଜରକୁ ଆସିଛି। ତେବେ କିଛିଦିନ ତଳେ ମହାରାଷ୍ଟ୍ରର ଏକ ସେନା ଗୋଳାବାରୁଦ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିଲା। ଯାହା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିଲେ।

ପଢନ୍ତୁ; ଏଣିକି ଦେଶରେ ଆଉ ଚଳିବନି ପୁରୁଣା ଡ୍ରାଇଭିଂ ଲାଇସେନ୍ସ

Related posts

ମାହାଙ୍ଗାରେ ଅଗ୍ନିକାଣ୍ଡ: ବାପା-ମା’ଙ୍କ ଆଗରେ ଜଲିଗଲା ପୁଅ

ENO Beuro

କାବୁଲରେ ବିସ୍ଫୋରଣ, ୬୦ରୁ ଅଧିକ ମୃତ !

ENO Beuro

ଟାଙ୍ଗିଆରେ ହାଣି କକାକୁ ହତ୍ୟା କଲା ପୁତୁରା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More