• Home
  • News
  • ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ
News

ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ

କେନ୍ଦ୍ରୀୟ ବାଣିଜ୍ୟ ଓ ଶିଳ୍ପ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଆଜି ନୂଆଦିଲ୍ଲୀରେ ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି । ଭାରତୀୟ ରପ୍ତାନୀ ମହାସଂଘ (FIEO) ଦ୍ୱାରା ବିକଶିତ ଏହି ଆପ ଆଣ୍ଡ୍ରୋଏଡ ଏବଂ ଆଇଓସି ପ୍ଲାଟଫର୍ମର ସମସ୍ତ ମୋବାଇଲ ଫୋନରେ ଉପଲବ୍ଧ । ଏହା ଜରିଆରେ ଆନ୍ତର୍ଜାତିକ ବ୍ୟବସାୟ ସହିତ ସମ୍ବନ୍ଧିତ ସମସ୍ତ ନିୟମ ଏବଂ ବ୍ୟବସାୟ ସମ୍ବନ୍ଧିତ ସୂଚନା ହାସଲ କରାଯାଇ ପାରିବ । ଏଥିରେ ଆମଦାନୀ ରପ୍ତାନୀ ସହିତ ଜଡିତ ନୀତି, ଜିଏସଟିର ଦର, ରପ୍ତାନୀ ପାଇଁ ମିଳୁଥିବା ପ୍ରୋତ୍ସାହନ, ଶୁଳ୍କ ତଥା ବଜାରରେ ପହଞ୍ଚିବା ପାଇଁ ଆବଶ୍ୟକ ବିଷୟ ସାମିଲ ରହିଛି । ଏଥିରେ ୮୭ଟି ଦେଶର ତଥ୍ୟ ସାମିଲ କରାଯାଇଛି । ଏହାର ସବୁଠାରୁ ପ୍ରମୁଖ ବିଶେଷତା ହେଉଛି ଯେ ଏଥିରେ ବାଣିଜ୍ୟିକ ଶୁଳ୍କ ସହିତ ଜଡିତ ସମସ୍ତ ସୂଚନା ଉପଲବ୍ଧ।

mobile ମୋବାଇଲ ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ mobile 1

ଶ୍ରୀ ପ୍ରଭୁ ଏହି ଅବସରରେ କହିଥିଲେ ଯେ ଡିଜିଟାଲ ପ୍ରାଦ୍ୟୋଗିକୀ ବ୍ୟବସାୟ ଓ କାରବାରରେ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଯାଉଛି । ନୂତନ ଆପ୍ ଡିଜିଟାଲ ଇଣ୍ଡିଆ ଅବଧାରଣାକୁ ବାସ୍ତବ ରୂପ ପ୍ରଦାନ କରିବା ଦିଗରେ ଏକ ପ୍ରମୁଖ ପ୍ରୟାସ । ସେ କହିଲେ ଯେ ରପ୍ତାନୀ ମଞ୍ଚରେ ଭଲ ସଂକେତ ମିଳୁଛି । ଏଥିରେ ଶତକଡା ୨୦ପ୍ରତିଶତ ହାରରେ ବୃଦ୍ଧି ହୋଇଛି । ସରକାର ରପ୍ତାନୀକୁ ବୃଦ୍ଧି କରିବା ପାଇଁ କାରବାରକୁ ସୁଗମ କରିବାର ପ୍ରଚେଷ୍ଟା କରୁଛନ୍ତି । ସେ ରପ୍ତାନୀକୁ ବୃଦ୍ଧି କରିବା ପାଇଁ ନୂତନ ଆପର ଭରପୁର ଉପଯୋଗ କରିବା ଲାଗି ଉଦ୍ୟୋଗ ଜଗତକୁ ଅନୁରୋଧ କରିଥିଲେ ।

 

ପଢନ୍ତୁ;କେରଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ,୨୨ ମୃତ

Related posts

ପୁଞ୍ଜିଲାଲଙ୍କୁ ପୁଣି ୫ ଦିନଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

Krishna Kumar Manoj

ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

Krishna Kumar Manoj

ବିଜୟ ମାଲ୍ୟାଙ୍କୁ ଝଟକା,ଭାରତୀୟ ବ୍ୟାଙ୍କମାନଙ୍କ ସପକ୍ଷରେ ରାୟ ଶୁଣାଇଲେ ଲଣ୍ଡନ କୋର୍ଟ!

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More