News

ଚୀନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି : ଆଫ୍ରିକା ୟୁନିୟନ

ଧରାପଡ଼ିଲା ଚୀନ୍‌ର ବିଶ୍ୱାସଘାତକତା

ଆଫ୍ରିକୀୟ ସଂଘ ସହ ବନ୍ଧୁତ୍ୱର ହାତ ବଢ଼ାଇ ଚୀନ୍‌ ପ୍ରଦାନ କରିଥିବା ଏକ ବୈଷୟିକ ଜ୍ଞାନକୌଶଳ ଯୁକ୍ତ କୋଠାରେ ଖଞ୍ଜାଯାଇଥିବା କମ୍ପ୍ୟୁଟରଗୁଡ଼ିକରୁ ସମସ୍ତ ତଥ୍ୟ ଚୋରିହୋଇଚାଲିଥିବା ଧରାପଡ଼ିଛି। ଇଥିଓପିଆ ସ୍ଥିତ ଆଫ୍ରିକୀୟ ସଂଘର ମୁଖ୍ୟ କାର୍ଯ୍ୟାଳୟ ଚାଲୁଥିବା ଏହି କୋଠାରୁ ପ୍ରତ୍ୟହ ବିଳମ୍ବିତ ରାତିରେ ତଥ୍ୟସବୁ ସାଂଘାଇ ସ୍ଥିତ ସର୍ଭରକୁ କପି ହୋଇ ପଳାଉଥିବା ଜଣାପଡ଼ିଛି।

ଦୀର୍ଘ ୫ ବର୍ଷ ଧରି ଚାଲିଥିବା ଚୀନ୍‌ର ଏହି ବିଶ୍ୱାସଘାତକତା ଏବେ ଆଫ୍ରିକୀୟ ସଂଘ ପାଇଁ ଚିନ୍ତାର କାରଣ ପାଲଟିଛି। ଏସିଆର ସବୁଠୁ ଶକ୍ତିଶାଳୀ ବୋଲାଉଥିବା ଚୀନ୍‌ ବିଶ୍ୱ ସମୁଦାୟ ନିକଟରେ ନିଜର ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଆଫ୍ରିକୀୟ ସଂଘ ସହ କରିଥିବା ଏଭଳି କୃତଘ୍ନତା ତା’କୁ ବିଶ୍ୱ ଦରବାରରେ ନିନ୍ଦିତ କରିଦେଇଛି।

ଚୀନର ଏହି ତଥ୍ୟ ଚୋରି ବିଷୟ ଜାନୁଆରୀ ମାସରେ ଜଣାପଡିଥିଲା । ମଧ୍ୟରାତ୍ର ପ୍ରାୟ ୨ଟାରେ ଡାଟା ଟ୍ରାନ୍ସଫର ହେଉଥିବା ନେଇ ୟୁରୋପୀୟ ୟୁନିୟନ ଜାଣିବାକୁ ପାଇଥିଲା । ୟୁରୋପୀୟ ସଂଘର ଏପରି ଅଭିଯୋଗକୁ ଚୀନ ଅସ୍ୱୀକାର କରିଛି । ୨୦୧୨ରେ ଉଦଘାଟନ ହୋଇଥିବା ୟୁରୋପୀୟ ସଂଘର କାର୍ଯ୍ୟାଳୟ (କୋଠା)କୁ ଚୀନ ନିର୍ମାଣ କରିଥିଲା । କାର୍ଯ୍ୟାଳୟ ମଧ୍ୟରେ ସମସ୍ତ କମ୍ପ୍ୟୁଟର ଓ ନେଟୱର୍କ କାମ ଚୀନ ଦ୍ୱାରା ହୋଇଥିଲା । କାର୍ଯ୍ୟାଳୟ ନିର୍ମାଣ ଓ କମ୍ପ୍ୟୁଟର ସ୍ଥାପନ ପୂର୍ବକ ଚୀନ ନିଜର ଗୁପ୍ତ ଉଦ୍ଦେଶ୍ୟକୁ ସାଧନ କରିଥିବା ଏବେ ଜଣାପଡିଛି ।

୨୦୧୨ ପରଠାରୁ ୟୁରୋପୀୟ ୟୁନିୟନର ସମସ୍ତ ଗୁପ୍ତ ତଥ୍ୟକୁ ଚୀନ ଚୋରି କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ୟୁରୋପୀୟ ସଂଘ ନୂଆ ସର୍ଭର ବସାଇଛି । ଏପରିକି ଆଲଜେରିଆରୁ କର୍ମଚାରୀ ଆସି ଏହି ସର୍ଭରକୁ ଯାଞ୍ଚ କରିଛନ୍ତି । ଆଫ୍ରିକା ୟୁନିୟନର ମୁଖ୍ୟାଳୟର ନିର୍ମାଣରେ ୨୦୦ ନିୟୁତ ଡଲାର ଖର୍ଚ୍ଚ ହୋଇଥିଲା ।

ପଢନ୍ତୁ ;

ଆଜି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଦେଖାଯିବ ରକ୍ତ-ନୀଳ ଜହ୍ନ

Related posts

ଡିଆରଡିଓକୁ ବଡ଼ ସଫଳତା; ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେହିକଲ୍‌ର ସଫଳ ପରୀକ୍ଷଣ

Ratnamani Moharana

ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରାୟ ୪୦୦ ପେଟ୍ରୋଲ୍‍ ପମ୍ପ ବନ୍ଦ

ENO Beuro

ଏନ୍‌ଟିସିଏ ର ବ୍ୟାଘ୍ର ଗଣନା ପ୍ରସ୍ତାବ, ପ୍ରଥମଥର ଲାଗି ଭାରତ, ନେପାଳ ଓ ବାଂଲାଦେଶ ଏକାସହ ହେବେ ସାମିଲ

ENO Beuro

Leave a Comment