News

ଜେସିବିକୁ ଧକ୍କା ଦେଲା ଏର୍ଣ୍ଣାକୁଲମ-ହାଓ୍ବଡ଼ା ଏକ୍ସପ୍ରେସ୍ ଟ୍ରେନ୍‌

ଏଥିରେ ୪ ଜଣ ଆହତ

ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲା । ହରିଦାସପୁର ଷ୍ଟେସନ ନିକଟ ଲେବଲ କ୍ରସିଂରେ ଏକ ଜେସିବି ମେସିନକୁ ଧକ୍କା ଦେଇଛି ଏର୍ଣ୍ଣାକୁଲମ-ହାଓ୍ବଡ଼ା ଏକ୍ସପ୍ରେସ୍‌ ଟ୍ରେନ୍ । ଜଗୁଆଳିବିହୀନ ଲେବୁଲ୍ କ୍ରସିଂରେ ଘଟିଛି ଏହି ଘଟଣା । ଏଥିରେ ଜେସିବିଟି ଛିନ୍‌ଛତ୍ର ହୋଇଯାଇଥିବା ବେଳେ ୪ ଜଣ ଟ୍ରେନ୍ ଯାତ୍ରୀ ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ଟ୍ରେନ୍‌ଟି ସେଠାରେ ଅଟକି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ , ରେଳ ଲାଇନ ପାରି ହେବା ବେଳେ ଜେସିବିଟି ଖରାପ ହୋଇଯାଇଥିଲା । ଟ୍ରାକ୍‌ରେ ଜେସିବି ଖରାପ ହୋଇଯିବା ପରେ ଟ୍ରେନ୍‌ ଆସୁଥିବା ଦେଖି ଡ୍ରାଇଭର ଜେସିବିକୁ ଛାଡ଼ି ପଳାଇଯାଇଥିଲେ । ଟ୍ରାକ୍ ମଝିରେ ରହିଯାଇଥିବା ଜେସିବିଟିକୁ ଟ୍ରେନ୍ ଧକ୍କା ଦେଇଥିଲା । ଏହି ଘଟଣା ପରେ ଲେବୁଲ କ୍ରସିଂ ଗେଟ୍ କିପର ଯଶୋବନ୍ତ ସ୍ୱାଇଁଙ୍କୁ ନିଲମ୍ବିତ କରାଯାଇଛି। ଯଶୋବନ୍ତଙ୍କୁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି ।

ଜେସିବିକୁ ଧକ୍କା ଦେଲା ଏର୍ଣ୍ଣାକୁଲମ-ହାଓ୍ବଡ଼ା ଏକ୍ସପ୍ରେସ୍ ଟ୍ରେନ୍‌ TRAIN

ପଢନ୍ତୁ ;

ମାଲକାନଗିରି : ଟିଭିରେ ବୋମା !

Related posts

ଜାତିଆଣ ଭେଦାଭାବ ଦୂର ପାଇଁ ସରକାର ଙ୍କ ନୂଆ ନିସ୍ପତି, ଅନ୍ୟଜାତିରେ ବାହା ହେଲେ ମିଳିବ ଲକ୍ଷେ ଟଙ୍କା

Krishna Kumar Manoj

Gorakhpur Child Deaths, In Charge Dr Kafeel Khan Arrested

Krishna Kumar Manoj

22nd Asian Athletics Championships – Cash Awards For Medal Winners

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More