EnewsOdia.Com

ଡିଗ୍ରି କଲେଜରେ ସ୍କୁଲ ଭଳି ଆରମ୍ଭ ହେବ ଏକ୍ସଟ୍ରା କ୍ଲାସ

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।  ଗତ କିଛିଦିନତଳେ ସ୍କୁଲରେ ଥିବା ଦୁର୍ବଳ ପିଲାଙ୍କ ପାଇଁ ଏକ୍ସଟ୍ରା କ୍ଲାସ୍‌ ହେବାନେଇ ସୂଚନା ଦେଇଥିଲେ ଗଣଶିକ୍ଷା ବିଭାଗ। ତେବେ ଏହି କ୍ରମରେ କଲେଜକୁ ସାମିଲ କଲେ ଶିକ୍ଷାବିଭାଗ। । ଦୁର୍ବଳ ଏବଂ ଉପସ୍ଥାନ କମଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟାପକ ଅଧ୍ୟାପିକାମାନେ ଏକ୍ସଟ୍ରା କ୍ଲାସ୍‌ ନେବେ ।କଲେଜରେ ପ୍ରୋକ୍ଟୋରିଆଲ୍‌ କ୍ଲାସ୍‌କୁ ଗୁରୁତ୍ୱ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ସ୍କୁଲ ପରେ ଏଣିକି କଲେଜରେ ହେବ ଏକ୍ସଟ୍ରା କ୍ଲାସ। ଯେଉଁ ପିଲାଙ୍କର କ୍ଲାସରୁମ୍‌ରେ ଉପସ୍ଥାନ କମ୍‌ ଥିବ ଓ ଦୁର୍ବଳ ପିଲା ହୋଇଥିବେ ସେମାନଙ୍କ ଲାଗି କଲେଜରେ ଏକ୍ସଟ୍ରାକ୍ଲାସ ହେବ, ଅର୍ଥାତ୍ ପ୍ରତ୍ୟହ ପାଠପଢା ସରିବା ପରେ କିମ୍ବା ଛୁଟି ଦିନମାନଙ୍କରେ ପାଠପଢାଯିବ। ଏହାଦ୍ବାରା ପିଲାଙ୍କ ଉପସ୍ଥାନ ବଢ଼ିବା ସହ ସେମାନଙ୍କ ପାଠପଢ଼ାରେ ଉନ୍ନତି ଆସିବ। ପ୍ରୋକ୍ଟରିଆଲ୍‌ କ୍ଲାସ ବ୍ୟବସ୍ଥାର ଅଂଶବିଶେଷ ଭାବେ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜକୁ ନିର୍ଦେଶ ଦିଆଯାଇଛି।

ପଢନ୍ତୁ: ଆମେରିକା ଉପରେ ଏକାସଙ୍ଗେ ୪ ରକେଟ୍ ମାଡ଼ କଲା ଇରାନ

ସମ୍ବନ୍ଧିତ ଖବର

ଭୁବନେଶ୍ବରର ୩ ମନ୍ଦିରକୁ ମିଳିଲା ‘ଭୋଗ୍’ ସାର୍ଟିଫିକେଟ୍

Ratnamani Maharana

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଭାରତର ଜ୍ୱାଇଁ

Ratnamani Maharana

ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

Ratnamani Maharana

ନୂଆ ହିରୋକୁ ମେଡାଲ ଦେଲେ ଟ୍ରମ୍ପ୍‌

Ratnamani Maharana

ଗ୍ରାହକଙ୍କୁ ଜବରଦସ୍ତ ଝଟକା ଦେଲା ଜିଓ, ଅନ୍ୟ ନମ୍ବରକୁ କଲ୍ କଲେ ମିନିଟ୍ ପିଛା ଲାଗିବ ୬ ପଇସା

Ratnamani Maharana

ବଢିବ ତାପମାତ୍ରା, କମିବ ଶୀତ

Ratnamani Maharana