Loading...

ଆଖିର ରଙ୍ଗ କହିବ ମଣିଷର ସ୍ଵଭାବ ସମ୍ପର୍କରେ

ଆଖିର ରଙ୍ଗ କହିବ ମଣିଷର ସ୍ଵଭାବ ସମ୍ପର୍କରେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ଜାଣିବାରେ ଅନେକ ଉପାୟ ଅଛି ।

   ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ଜାଣିବାରେ ଅନେକ ଉପାୟ ଅଛି । କେବଳ ଜାତକରୁ କିମ୍ବା ହାତରୁ ନୁହେଁ ମଣିଷର ଆଖିର ରଙ୍ଗରୁ ମଧ୍ୟ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣି ହୁଏ। ତେବ ଚାଲନ୍ତୁ ଜାଣିବା କେଉଁ ରଙ୍ଗର ଆଖି କ’ଣ କହିଥାଏ।

କଳା ରଙ୍ଗର ଆଖି: ଯେଉଁ ଲୋକଙ୍କ ଆଖି କଳା ରଙ୍ଗର ହୋଇଥାଏ ସେମାନେ ଖୁବ୍‌ ରହସ୍ୟମୟୀ ହୋଇଥାନ୍ତି। କିନ୍ତୁ ସେମାନେ ଖୁବ୍‌ ଭରସାବାଦୀ ହୋଇଥାଆନ୍ତି।  ଖୁବ୍‌ ପରିଶ୍ରମୀ , ବିଶ୍ୱାସୀ ଓ ଦାୟିତ୍ୱବାନ୍‌ ମଧ୍ୟ ହୋଇଥାଆନ୍ତି। ଏମାନେ ଧୈର୍ଯ୍ୟହୀନ କିନ୍ତୁ ଖୁବ୍‌ ଆଶାବାଦୀ ।

 

ଧୂସର ରଙ୍ଗର ଆଖି: ଏହି ରଙ୍ଗର ଆଖିଥିବା ବ୍ୟକ୍ତି ଖୁବ୍‌ ଆତ୍ମବିଶ୍ୱାସୀ। ଏମାନେ ଖୁବ୍‌ କ୍ରିଏଟିଭ୍‌, ଭଲ ସ୍ୱଭାବର ଓ ସ୍ନେହୀ । ଏମାନେ ବନ୍ଧୁଙ୍କ ସହ ମିଳାମିଶା କରିବାରେ ବିଶ୍ୱାସ ରଖନ୍ତି।

ଚିଲା ଆଖି: ଏହି ଆଖି ଥିବା ବ୍ୟକ୍ତି ଶାନ୍ତ ଓ ବୁଦ୍ଧିମାନ୍‌ ହୋଇଥାଆନ୍ତି।  ନିଜ ଭିତରେ ହଜିକି ରହିବାକୁ ପସନ୍ଦ କରନ୍ତି। ଏମାନେ ସ୍ୱଭାବରେ ଖୁବ ବିନମ୍ର ଓ ପ୍ରଭାବଶାଳୀ । ଖୁବ୍‌ ତର୍କ ସଙ୍ଗତ ହୋଇଥାଆନ୍ତି।  ଏପରି ଆଖି ଥିବା ବ୍ୟକ୍ତିଙ୍କ ଜୀବନରେ ପ୍ରେମ ଖୁବ୍‌ ମହତ୍ତ୍ୱ ରଖିଥାଏ ସେଥିପାଇଁ ଏମାନେ ପ୍ରେମକୁ ନେଇ ଖୁବ୍‌ ଗମ୍ଭୀର ରହିଥାଆନ୍ତି।

ସବୁଜ ରଙ୍ଗର ଆଖି: ଏହି ରଙ୍ଗର ଆଖି ପ୍ରାୟ ଅନେକଙ୍କର ପସନ୍ଦ ଥାଏ। ଏମାନେ ଖୁବ୍‌ ବୁଦ୍ଧିମାନ୍‌ ହୋଇଥାଆନ୍ତି। ନିଜ ପରିବାରକୁ ସାଙ୍ଗରେ ନେଇ ଚାଲନ୍ତି। କିନ୍ତୁ ଏହି ଆଖିର ବ୍ୟକ୍ତି ଖୁବ୍‌ ଇର୍ଷାଳୁ ଥାଆନ୍ତି।

ନୀଳ ରଙ୍ଗର ଆଖି: ବ୍ଲୁ ଆଖିର ଲୋକମାନେ ସୁନ୍ଦର, ସ୍ମାର୍ଟ ଓ ଦୟାଳୁ ହୋଇଥାଆନ୍ତି। ଏମାନଙ୍କ ପରଖିବା ଗୁଣ ଖୁବ୍‌ ଭଲ। ଅନ୍ୟକୁ ସାହାଯ୍ୟ କରିବାକୁ ଏମାନେ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ଖୁବ୍‌ ସାହାସୀ ଓ ଖୁସ୍‌ ମିଜାଜର ହୋଇଥାନ୍ତି। କୌଣସି ବ୍ୟକ୍ତିଙ୍କ ପ୍ରତି ଏମାନେ ଖୁବ୍‌ ଜଲ୍‌ଦି ଆକର୍ଷିତ ହୋଇଯାଆନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.