News

ରହସ୍ୟମୟୀ ଅନୁଗୁଳ ଡାକ୍ତରଖାନା, ପୁଣି ଶବରୁ ଆଖି ଗାୟବ

Untitled 1

ଅନୁଗୁଳରେ ରହସ୍ୟମୟୀ ଡାକ୍ତରଖାନା ! ଏମିତି ଏକ ଡାକ୍ତରଖାନା ଯେଉଁଠି ଯିବା ମାତ୍ରେ ଉଭାନ୍‌ ହୋଇଯାଉଛି ଆଖି । ଗତ 5 ଦିନ ମଧ୍ୟରେ ଏଭଳି ଦୁଇଟି ଘଟଣା ଏହି ଡାକ୍ତରଖାନାରେ ଘଟିସାରିଛି । ପ୍ରଥମେ ଜଣେ ମୃତ ଶିଶୁର ଆଖି   ଗାୟବ ହୋଇଥିବା ଖବର ଜଣାପଡ଼ିବା ପରେ ଆଜି ଜଣେ ଯୁବକର ମୃତଦେହରୁ ଆଖି ଉଭାନ୍‌ ହୋଇଯାଇଛି ।ଗତକାଲି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ତାଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ନିଆଗଲା ବେଳେ ତାଙ୍କର ଗୋଟିଏ ଆଖି ଗାଏବ  ଥିବା ଜଣାପଡ଼ିଛି ।

ତେବେ ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିବା ଦେଖାଯାଇଛି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଏଥିପାଇଁ କିଏ ଦାୟୀ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ କିଛି ମହଲରେ ଏଥିପାଇଁ ମେଡିକାଲ କର୍ତ୍ତୃପକ୍ଷ ଦାୟୀ ବୋଲି କୁହାଯାଇଛି । କାରଣ ପ୍ରଥମ ଥର ଏଭଳି ଘଟଣା ସାମ୍ନାକୁ ଆସିବାର 5 ଦିନ ମଧ୍ୟରେ ପୁଣି ସମାନ ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଥମ ଘଟଣା ପରେ ଯଦି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା ତେବେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ।

ପଢନ୍ତୁ: ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବ ଚନ୍ଦ୍ରଯାନ-୨

Related posts

ଭାରତରେ ପୁଣି ପଶିଲା ପାକିସ୍ତାନୀ ବିମାନ ଓ ଡ୍ରୋନ: ଏଲଓସିରେ ବିଏସଏଫ ଯବାନ ଓ ନାବାଳିକା ମୃତ

Ratnamani Moharana

ଅକ୍ଷୟଙ୍କ ସହ ଜୀବନର ସୁଖଦୁଃଖ ବାଣ୍ଟିଲେ ମୋଦି

Ratnamani Moharana

ଦୌଲତାବାଦରେ ନଦୀକୁ ଖସିଲା ବସ୍‌, ୩୬ ମୃତ

ENO Beuro

Leave a Comment