25 C
Bhubaneswar
October 25, 2020
EnewsOdia.Com
ନ୍ୟୁଜ୍

ରେଳଷ୍ଟେସନରେ ଲାଗିବ ଫେସ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମ

ନୂଆବର୍ଷରେ ରେଳ ବିଭାଗର ନୂଆ ପଦକ୍ଷେପ । ସାରା ଦେଶର ସମସ୍ତ ରେଳଷ୍ଟେସନରେ ଲାଗିବ ଫେସ ଆଇଡେଣ୍ଟିଫିକେସନ ସିଷ୍ଟମ ବା ମୁହଁ ଚିହ୍ନଟ ମେସିନ । ଦେଶରେ ଥିବା ୬୧୦୦ ରେଳ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଯିବା ସହ ୭୦୨୦ ରେଳ ବଗିରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯାଇ ସମସ୍ତ ସ୍ଥିତି ଉପରେ ନଜର ରଖାଯିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସ‌ାରେ, ରେଳଷ୍ଟେସନ୍‌ଗୁଡ଼ିକରେ ଅପରାଧମୂଳକ କାର୍ଯ୍ୟକୁ ରୋକିବା ପାଇଁ ଏହିଭଳି ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଫଳରେ, ଫେସ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମରେ ମ୍ୟାପିଂ କରିବା ସହିତ ଅପରାଧୀଙ୍କ ଫଟୋ ଦେଶର ସମସ୍ତ ରେଳ ଷ୍ଟେସନରେ ପହଞ୍ଚିପାରିବ । ଏହା ଆଜିଠାରୁ ସମସ୍ତ ଷ୍ଟେସନରେ କାର୍ଯ୍ୟକାରୀ ହେବ । ଦେଶର ପ୍ରତି ରେଳ ଷ୍ଟେସନରେ ଅପରାଧକୁ ରୋକିବା ପାଇଁ ରେଳ ବିଭାଗ ସୂଚନା ଓ ପ୍ରଯୁକ୍ତିର ବ୍ୟବହାରକୁ ଗୁରୁତ୍ବ ଦେଇଆସୁଛି ରେଳ ବିଭାଗ ।

ପଢନ୍ତୁ: ନୂଆବର୍ଷରେ ଗ୍ରାହକଙ୍କୁ ଝଟକା ବଢିଲା ଏଲପିଜି ଦର

Related posts

ପିଆଜ ପରେ ଏବେ ତରକାରୀରୁ ଗାଏବ ହେଲାଣି ଆଳୁ

Ratnamani Maharana

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

Ratnamani Maharana

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More