LIFESTYLE

ଖରାଦାଉରୁ ଚର୍ମ ଏବଂ କେଶକୁ ରକ୍ଷା କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

ନିଜ କେଶ ଏବଂ ଚର୍ମକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି। ସମସ୍ତେ ଚାହାନ୍ତି ସୁନ୍ଦର ଦେଖାଯିବାକୁ। ଚର୍ମକୁ ଖରାଦିନେ ଚିକ୍କଣ ଏବଂ ଉଜ୍ଜଳ ରଖିବାପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ଗ୍ରୀଷ୍ମ କାଳରେ ତେଲିଆ ଓ ବ୍ରଣଯୁକ୍ତ ମୁହଁ ସର୍ବଦା ପରିଷ୍କାର କରିବା ଆବଶ୍ୟକ। ଏଥିପାଇଁ ଆବଶ୍ୟକ ଟୋନର୍ ଘରେ ପ୍ରସ୍ତୁତ କରି ପାରିବେ। ୧:୧ ଅନୁପାତରେ ଆପ୍ଲ୍ ସିଡର୍, ଭିନେଗାର୍ ଏବଂ ପାଣି ମିଶ୍ରଣ କରନ୍ତୁ। ଏଥର ଏହି ମିଶ୍ରଣରେ ଅଧ କପ୍ ଗ୍ରୀନ୍ ଟି , କାକୁଡ଼ି ରସ ଏବଂ ଘିକୁଆଁରୀ ରସ ମିଶାଇ ଭଲଭାବେ ଘାଣ୍ଟନ୍ତୁ। ପ୍ରସ୍ତୁତ ଟୋନର୍କୁ ମୁହଁରେ ଲଗାଇଲେ କ୍ଷତ ଉପସମ ହେବା ସହ ଶୁଖିଯିବ।

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ରକ୍ତ ବିକାର ଏବଂ ଚର୍ମ ବିକୃତିର ମୂଳ କାରଣ ହେଉଛି ଶରୀରର ତାପମାତ୍ରାରେ ହଠାତ୍ ପରିବର୍ତ୍ତନ। ତେଣୁ ଶୀତତାପ ନିୟନ୍ତ୍ରିତ କୋଠରିରୁ ସିଧାସଳଖ ଖରାକୁ ଯାଆନ୍ତୁ ନାହିଁ କି, ଖରାରୁ ଆସି ସିଧାସଳଖ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ପ୍ରବେଶ କରନ୍ତୁ ନାହିଁ।

ମୁଲତାନି ମାଟିରେ ଫେସ୍ ମାସ୍କ ପ୍ରସ୍ତୁତ କରି ଲଗାନ୍ତୁ। ଶୁଷ୍କ ଚର୍ମ ପାଇଁ ମୁଲତାନି ମାଟିରେ ମିଶାନ୍ତୁ- ଦୁଗ୍ଧ, ତେଲିଆ ଚର୍ମ ପାଇଁ- ମହୁ ଏବଂ ସାଧାରଣ ଚର୍ମ ପାଇଁ- କେବଳ ପାଣି। ଏହା ଚର୍ମର ପ୍ରାକୃତିକ ଚମକରେ ଉନ୍ନତି ଆଣିବ। ସିଝା ଆଳୁ ଚକଟାରେ ୨ ଟେବଲ୍ ଚାମଚ କାଗେଜି ଲେମ୍ବୁ ରସ ମିଶାଇ ସେଥିରେ ମୁହଁ ବ୍ଲିଚ୍ ମଧ୍ୟ କରିପାରିବେ।

ଡାଲଚିନିରେ ରହିଛି ବିପୁଳ ଅଣୁଜୀବ ନାଶକ ଉପାଦାନ। ଏହାକୁ ଗୁଣ୍ଡ କରି ଟେବଲ୍ ଚାମଚରେ ଚାମଚେ ମହୁ ଓ ସେଥିରେ ଅଳ୍ପ କିଛି ଚିନି ପକାଇ ଫେଣ୍ଟନ୍ତୁ। ଖରା ଦିନେ ଏହି ମିଶ୍ରଣକୁ ମୁହଁରେ ଘଷିଲେ ଚର୍ମରେ ଥିବା ମୃତ ଜୀବକୋଷ ବାହାରି ଯାଏ।

ଖରାଦାଉରୁ ଚର୍ମ ଏବଂ କେଶକୁ ରକ୍ଷା କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର! summer

ପଢନ୍ତୁ; ସଂକ୍ରାମକ ଜ୍ୱରର ଶିକାର ହେଉଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ ଖାଆନ୍ତୁ ଏହି ସବୁ

Related posts

ଆସନ୍ତୁ ଜାଣିବା ଘରୋଇ ଉପାୟରେ କଣ ଖାଇଲେ ଓଜନ ବୃଦ୍ଧି ହୋଇଥାଏ

Krishna Kumar Manoj

କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ପିଜୁଳି ପତ୍ର! ଆସନ୍ତୁ ଜାଣିବା ଏହି ପତ୍ର ଦ୍ଵାରା କେଶର କେଉଁ କେଉଁ ସମସ୍ୟା ଦୂରହୋଇଥାଏ?

Krishna Kumar Manoj

ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇଲେ କେଉଁ ସମସ୍ୟା ଦେଖା ଦେଇଥାଏ ଜାଣନ୍ତୁ ? 

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More