POLITICALS

କଂଗ୍ରେସର ୬୮୭ଟି ପେଜକୁ ଡ଼ିଲିଟ କଲା ଫେସବୁକ

ଲୋକସଭା ନିର୍ବାଚନକୁ ଆଖିଆଗରେ ରଖି ଲୋକମାନଙ୍କୁ ସୋସିଆଲ ମିଡିଆ  କଣ୍ଟେଣ୍ଟରେ ପ୍ରଭାବିତ ହେବାରୁ ସୁରକ୍ଷା ଦେବା ଉଦେଶ୍ୟରେ ଫେସବୁକ ଆଜି ବଡ ପଦେକ୍ଷେପ ନେଇଛି। ଲୋକମାନଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିବା ଲାଗି ଉଦିଷ୍ଟ ୬୮୭ ପେଜକୁ  ହଟାଇ ଦେଇଛି ଫକେବୁକ। ଏହି ସବୁ ଆକାଉଣ୍ଟ ବ ପେଜ ଗୁଡିକ କଂଗ୍ରେସ ଦଳ ଆଇଟି ସେଲ  ସହିତ ଜଡିତ ବୋଲି ଡ଼ିଲିଟ କରାଯାଇଛି। ଫେସବୁକ କହିଛିକି ଯେ ଯେଉଁସବୁ ଆକାଉଣ୍ଟ ବା ପେଜ ଗୁଡିକୁ ହଟାଯାଇଛି ସେଗୁଡିକ କଂଗ୍ରେସ ସହ ଜଡିତ ଲୋକମାନଙ୍କର। ଏସବୁ ପେଜ ଗୁଡିକରେ ସ୍ଥାନୀୟ ଖବର ଓ ରାଜନୈତିକ ପ୍ରସଙ୍ଗ  ବିଷୟରେ ପୋଷ୍ଟ କରୁଥିଲା। ଯାହାର କୌଣସି ଆଧାର ମଧ୍ୟ ନଥିଲା। ତେବେ ଲୋକସଭା ନିର୍ବାଚନ, ପ୍ରାର୍ଥୀଙ୍କ ବିଚାରଧାରା, କଂଗ୍ରେସ ଏବଂ ବିଜେପି ସମେତ ଅନ୍ୟ ବିରୋଧୀ ଦଳଙ୍କ ବିଷୟରେ ଅନେକ କଥା ଉଲ୍ଲେଖ ରହିଥିଲା।

ତେବେ ମାର୍ଚ ୧୦ ତାରିଖ ନିର୍ବାଚନ ଲୋକସଭା କମିଶନ ତାରିଖ ଘୋଷଣା ପରେ ସୋସିଆଲ ମିଡିଆର ଅପବ୍ୟବହାର  ବିଷୟରେ ଉଲ୍ଲେଖ କରିଥିଲେ। ନିର୍ବାଚନ ସମୟରେ ସେୟାର ଚାଟ ନିଜର ଗ୍ରହକଙ୍କ ଉପରେ ନଜର ରଖିବା ସହ ଆପତ୍ତିଜନକ ପୋଷ୍ଟକୁ  ହଟାଇବା ପାଇଁ ବ୍ୟବସ୍ତା କରିଛି। ବିଜେପି, କଂଗ୍ରେସ, ଓ ଆନ୍ଧ୍ର-ତେଲେଙ୍ଗାନାର ୩୦୦ରୁ  ଅଧିକ ନେତା ଏବେ ସେୟାର ଚାଟରେ ସକ୍ରିୟ ରହିବାନେଇ ସୂଚନା ରହିଛି।

ପଢନ୍ତୁ: ଭାରତରେ ପୁଣି ପଶିଲା ପାକିସ୍ତାନୀ ବିମାନ ଓ ଡ୍ରୋନ: ଏଲଓସିରେ ବିଏସଏଫ ଯବାନ ଓ ନାବାଳିକା ମୃତ

Related posts

ନିର୍ବାଚନୀ ହିଂସାର ଶିକାର ହେଲେ ବିଜେପି ନେତା : ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

Ratnamani Moharana

ଲାଭ ଜନକ ପଦରୁ ଇସ୍ତଫା ନଦେଇ ଫସିଲେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ

Ratnamani Moharana

ବିଜେଡିରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ENO Beuro

Leave a Comment