News

ଫେସବୁକର ସଂସ୍ଥାପକ ଜୁକରବର୍ଗଙ୍କୁ ଝଟକା, କୋଟି କୋଟି ୟୁଜର୍ସଙ୍କ ଡାଟା ଲିକ୍!

୫କୋଟି ୟୁଜର୍ସଙ୍କ ଡାଟା ଲିକ୍ମ ମାମଲାରେ ଫେସବୁକକୁ ବଡ ଝଟକା

ଆମେରିକାର ସୋସିଆଲ ମିଡିଆ କମ୍ପାନୀର ସେୟାରରେ ସୋମବାର ୭ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ସେୟାରର ମୂଲ୍ୟ ହ୍ରାସ ହେବା କାରଣରୁ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ଗୋଟିଏ ଦିନରେ ୬.୦୯ ଅରବ ଡଲାର(ପ୍ରାୟ ୩୯୫ ଅରବ ଟଙ୍କା) କ୍ଷତି ହୋଇଛି। ଏହି ଖବର ପରେ ଆମେରିକିକ ଓ ୟୁରୋପୀୟ ଅଧିକାରୀ ଫେସବୁକକୁ ଜବାବ ତଲବ କରିଛନ୍ତି।

ଫେସ୍‌ବୁକ୍‌ ଡିଲିଟ୍‌ କରିବାକୁ ହ୍ଵାଟ୍‌ସ୍‌ଆପ୍‌ ସହ-ସଂସ୍ଥାପକ ବ୍ରିଏନ୍‌ ଆକ୍ସନ୍‌ ଆଜି ଟୁଇଟ୍‌ କରି ସମସ୍ତଙ୍କୁ କହିଛନ୍ତି। ଆକ୍‌ସନ୍‌ ଟୁଇଟ୍‌ କରିଛନ୍ତି ଯେ ସମୟ ଆସିଯାଇଛି। ଫେସ୍‌ବୁକ୍‌ ଡିଲିଟ୍‌ କରନ୍ତୁ।ଫେସ୍‌ବୁକ୍‌ ଗୋଳମାଳିଆ ପରିସ୍ଥିତିରେ ଥିବାବେଳେ ଆକ୍‌ସନ୍‌ ଏ ଭଳି ଟୁଇଟ୍‌ କରିଛନ୍ତି। ବିନା ଅନୁମତିରେ କେମ୍ବ୍ରିଜ୍‌ ଆନାଲିଟିକା ନାମକ ଏକ ରାଜନୈତିକ ତଥ୍ୟ ବିଶ୍ଳେଷଣକାରୀ କମ୍ପାନି ୫୦ ନିୟୁତ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ନେଇଯାଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଏ ଭଳି ସ୍ଥିତି ଉପୁଜିଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ସାହାଯ୍ୟ କରୁଥିବା ଏକ ଫାର୍ମ କେମ୍ବ୍ରିଜ ଏନାଲିଟିକା ଉପରେ ପ୍ରାୟ ୫ କୋଟି ଫେସବୁକ ୟୁଜର୍ସଙ୍କ ଡାଟା ଚୋରି କରିଥିବାର ଅଭିଯୋଗ ହୋଇଛି। ଏହି ସବୁ ତଥ୍ୟକୁ ନିର୍ବାଚନ ସମୟରେ ବ୍ୟବହାର କରାଯାଇଥିଲା। ଖବର ଆସିବା ପରେ ଆମେରିକା ଓ ୟୁରୋପୀୟ ସାଂସଦମାନେ ଫେସବୁକ ଇଙ୍କରୁ ଜବାବା ମାଗିଛନ୍ତି। ସେମାନେ ଜାଣିବାକୁ ଚାହୁଁଛନ୍ତି ଯେ ବ୍ରିଟେନର କେମ୍ବ୍ରିଜ ଏନାଲିଟିକା ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ରାଷ୍ଟ୍ରପତି ହେବାରେ କେମିତି ସାହାଯ୍ୟ କରିଛି।

ଫେସବୁକର ସଂସ୍ଥାପକ ଜୁକରବର୍ଗଙ୍କୁ ଝଟକା, କୋଟି କୋଟି ୟୁଜର୍ସଙ୍କ ଡାଟା ଲିକ୍! mark

ପଢନ୍ତୁ;

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର କାର୍ଯ୍ୟକ୍ରମ:୨ ଓଡିଆଙ୍କୁ ପଦ୍ମଶ୍ରୀ

Related posts

ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା : ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

ENO Beuro

ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ ! ଲାଗୁ ହେଲା ନୂଆ ନିୟମ,ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ

ENO Beuro

ଜବତ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ତୁରନ୍ତ ଫେରାଇବା ପାଇଁ ପୁଲିସ କମିସନର୍‌ଙ୍କ କଡ଼ା ନିର୍ଦେଶ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More