News

ନିର୍ବାଚନୀ ବିଜ୍ଞାପନ ପାଇଁ ଫେସବୁକକୁ ମିଳିଛି ୧୭ କୋଟି ଟଙ୍କାର ବିଜ୍ଞାପନ ଖର୍ଚ୍ଚ

ଚଳିତ ସାଧାରଣ ନିର୍ବାଚନରେ ସୋସିଆଲ ମିଡିଆରେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳ ଦ୍ଵାରା ଦିଆଯାଉଥିବା ବିଜ୍ଞାପନ ଟ୍ରେଣ୍ଡ ଆଶାତୀତ ବୃଦ୍ଧି ପାଇଥିବା ଜଣାପଡିଛି। ବର୍ତମାନ ସୁଧା ୩ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଗକୁ ଆଉ ମାତ୍ର ୪ ଟି ପର୍ଯ୍ୟାୟ ନିର୍ବାଚନ ବାକି ଅଛି।  ରାଜନୈତିକ ଦଳମାନଙ୍କ ଦ୍ଵାରା ସୋସିଆଲ ମିଡିଆର ଜରିଆରେ ପ୍ରଚାର କାର୍ଯ୍ୟ ଜୋରଦାର କରାଯିବ। ଚଳିତ ବର୍ଷ ଫେବୃଆରୀ ମାସରୁ ଆଜି ସୁଦ୍ଧା ଫେସବୁକକୁ ୧୭.୧୬ କୋଟି ଟଙ୍କାର ୮୪,୩୬୮ଟି  ପ୍ରଚାର ବିଜ୍ଞାପନ ମିଳିଛି।

ଦେଶର ପ୍ରମୁଖ ରାଜନୈତିକ ଦଳ, ବିଜେପି ଓ କଂଗ୍ରେସ ସମେତ ଆଞ୍ଚଳିକ ଦଳ ତଥା ବିଜେଡ଼ି, କଂଗ୍ରେସ, ଏନସିପି,ତେଲୁଗୁ ଦେଶମ ପାର୍ଟି ଭଳି ଦଳ ଦ୍ଵାରା ଫେସବୁକ ବ୍ୟବହାର କରାଯାଉଛି। ଫେସବୁକରେ ବିଜ୍ଞାପନ ପାଇଁ ବିଜେପି ଦ୍ଵାରା ୧.୩୨ କୋଟି  ଟଙ୍କା ଖର୍ଚ୍ଚ ହୋଇଥିଲାବେଳେ କଂଗ୍ରେସ ଦ୍ଵାରା ୫୫ ଲକ୍ଷ ଟଙ୍କା  ଖର୍ଚ୍ଚ କରାଯାଇଥିବା ସୂଚନା ରହିଛି।
ପଢନ୍ତୁ: ବାରାଣସୀରୁ ପାର୍ଥୀପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

କାଶ୍ମୀର ଘାଟି ପୁଣି ଅଶାନ୍ତ:ନମାଜ ପାଠ ପରେ ପୁଲିସ ଓ ବିଚ୍ଛିନ୍ନତାବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ

ENO Beuro

ଭିକ ମାଗିବା ପାଇଁ ଚୀନର ଡିଜିଟାଲ୍ ଭିକାରୀ ବ୍ୟବହାର କରୁଛନ୍ତି QR କୋର୍ଡ

Ratnamani Moharana

୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂଆ ନିଯୁକ୍ତି ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

ENO Beuro

Leave a Comment