EnewsOdia.Com

କରୋନା ପାଇଁ ଫେସବୁକ୍‌ ଦେଉଛି ୭୪ ହଜାର ଟଙ୍କାର ବୋନସ୍‌

ଆପଲ, ଗୁଗଲ, ଟ୍ଵିଟର ଏବଂ ଫେସବୁକ ଭଳି ବଡ ବଡ କର୍ପୋରେଟ କମ୍ପାନୀ କରୋନା ଭାଇରସ ସଂକ୍ରମଣ ଯୋଗୁଁ ନିଜ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହି ସମୟରେ ଫେସବୁକ୍‌ ତାର କର୍ମଚାରୀଙ୍କୁ ଖୁସି ଖବର ଦେଇଛି। ଫେସବୁକ୍‌ କମ୍ପାନୀ ଘରୁ କାମ କରି ପଠାଉଥିବା କର୍ମଚାରୀଙ୍କୁ ୧ ହଜାର ଡଲାର ଅଥବା ୭୪,୦୦୦ ହଜାର ଟଙ୍କା ବୋନସ ଦେବ। ସୂଚନାଯୋଗ୍ୟ, ଫେସବୁକର ୪୫ ହଜାର କର୍ମଚାରୀ ଏବେ ଘରୁ କାମ କରୁଛନ୍ତି।

mark

ଫେସବୁକ୍‌ର ସିଇଓ ମାର୍କ ଜୁକରବର୍ଗ ନିଜର ସମସ୍ତ କର୍ମଚାରୀଙ୍କୁ ଏକ ଇ ମେଲ୍‌ ପଠାଇଛନ୍ତି। ଯେଉଁଥିରେ ବୋନସ ଏବଂ କରୋନା ଭାଇରସ ଯୋଗୁଁ ପ୍ରଭାବିତ ଛୋଟ ଛେଟ ବିଜନେସକୁ ସହାୟତା ଯୋଗାଇବା ପାଇଁ ୩୦ଟି ଦେଶର ପାଖାପାଖି ୩୦ ହଜାର ଛୋଟ ବ୍ୟବସାୟୀଙ୍କୁ ୭୪୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଫେସବୁକ୍‌ର ୧୬ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ କମ୍ପାନୀ କର୍ମଚାରୀଙ୍କୁ ଏହି ବୋନସ ଦେଉଛି।

ନିକଟରେ ଫେସବୁକର ଜଣେ କର୍ମଚାରୀ କରୋନା ଭାଇରସରେ ସଂକ୍ରମିତ ହେବା ଯୋଗୁଁ ସିଙ୍ଗାପୁର ଏବଂ ଲଣ୍ଡନର କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଥିଲା।

ପଢନ୍ତୁ: ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା

ସମ୍ବନ୍ଧିତ ଖବର

ପ୍ରେମିକଙ୍କ ସହ ଧରାପଡ଼ିଲେ ବିବାହିତା ମହିଳା, ଦୁହିଁଙ୍କ ନାକ କାଟିଦେଲେ ଲୋକ

Ratnamani Maharana

ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ବୁଲବୁଲ’

Ratnamani Maharana

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

Ratnamani Maharana

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍

Ratnamani Maharana

ଆଜିର ଦିନରେ ବନ୍ଦ ହୋଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ପ୍ରଚଳନ

Ratnamani Maharana

କରୋନା ସମ୍ପର୍କରେ ପ୍ରଥମେ ସତର୍କ କରାଇଥିବା ଡାକ୍ତରଙ୍କ ଜୀବନ ନେଲା କରୋନା

Ratnamani Maharana