Loading...

କମ୍ପାନୀରୁ ଛଟେଇ ଆରମ୍ଭ କଲା ମେଟା

କମ୍ପାନୀରୁ ଛଟେଇ ଆରମ୍ଭ କଲା ମେଟା

ଟ୍ୱିଟର ପରେ ଏବେ ଫେସବୁକ କମ୍ପାନୀର କର୍ମଚାରୀଙ୍କ ପାଇଁ ଦୁଖଦ ଖବର । ଫେସବୁକର ମୂଳ କମ୍ପାନୀ ମେଟା ପକ୍ଷରୁ ଆଜି ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।

ଟ୍ୱିଟର ପରେ ଏବେ ଫେସବୁକ କମ୍ପାନୀର କର୍ମଚାରୀଙ୍କ ପାଇଁ ଦୁଖଦ ଖବର । ଫେସବୁକର ମୂଳ କମ୍ପାନୀ ମେଟା ପକ୍ଷରୁ ଆଜି ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି । କମ୍ପାନୀର କମୁଥିବା ରାଜସ୍ୱ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି । ସେପଟେ ଆଗାମୀ ଦିନରେ କମ୍ପାନୀ ତରଫରୁ ନିଯୁକ୍ତି ମିଳିବ ନାହିଁ ବୋଲି ମଧ୍ୟ ଅନୁମାନ କରାଯାଇଛି । ମେଟା କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମାର୍କ ଜୁକରବର୍ଗ ଆଜି ଏକ ବ୍ଲଗ ପୋଷ୍ଟରେ ଲେଖିଥିଲେ କି କମ୍ପାନୀ ଇତିହାସରେ ସବୁଠାରୁ ବଡ କଠିନ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ କମ୍ପାନୀ ତାର ନିଯୁକ୍ତି ପରିସରକୁ ୧୩ ପ୍ରତିଶତ କମ କରିବାକୁ ଯାଉଛି । କମ୍ପାନୀ ତରଫରୁ ୧୧ ହଜାରରୁ ଅଧିକ ପ୍ରତିଭାଶାଳୀ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଥିଲେ । 

ଜୁକରବର୍ଗ ଆହୁରି କହିଛନ୍ତି କି ‘ଆମେ ଖର୍ଚ୍ଚ କାଟ୍ କରି ଓ କ୍ୟୁ-୧ ମାଧ୍ୟମରେ ନିଯୁକ୍ତି ବନ୍ଦ କରି ଏକ କୁଶଳ କମ୍ପାନୀ କରିବାକୁ ପଦକ୍ଷେପ ନେଇଛୁ 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.