News

ଫେସବୁକ୍ ମାଧ୍ୟମରେ ମହିଳା ଉଦ୍ୟୋଗୀଙ୍କୁ, ଡିଜିଟାଲ ସାକ୍ଷରତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ

ବିଶ୍ୱର ଅଗ୍ରଣୀ ସୋସିଆଲ୍‌ ନେଟ୍‌ଓ୍ଵର୍କିଂ କଂପାନି ଫେସବୁକ୍‌ ରାଜ୍ୟରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ କ୍ଷେତ୍ରରେ କାମ କରୁଥିବା ମହିଳା ଉଦ୍ୟୋଗୀ ଏବଂ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟ ମାନଙ୍କୁ ଡିଜିଟାଲ ସାକ୍ଷରତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିବ । ଏକ ବର୍ଷ ଭିତରେ ୨୫ ହଜାର ମହିଳା ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ବିଷୟରେ ଏମଏସଏମଇ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା କହିଛନ୍ତି ଯେ ‘ଡିଜିଟାଲ୍‌ ବିପଣତ ଦକ୍ଷତା’ କର୍ମଶାଳା ଜରିଆରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଏହି କର୍ମଶାଳାଗୁଡିକ ଭୁବନେଶ୍ୱରକଟକବାଲେଶ୍ୱରବ୍ରହ୍ମପୁରଅନୁଗୋଳସମ୍ବଲପୁରରାଉରକେଲାରାୟଗଡାଜୟପୁରପୁରୀକେଉଁଝର ଆଦି ସ୍ଥାନମାନଙ୍କରେ ଆୟୋଜିତ ହେବ ବୋଲି ସେ ସୂଚନା ଦେଇଥିଲେ  ।

ଚଳିତ ଅଗଷ୍ଟ ୧୦ ତାରିଖରେ ପ୍ରଥମ କର୍ମଶାଳା ଭୁବନେଶ୍ୱରଠାରେ ଆୟୋଜିତ ହେବ । ଏଥିରେ ପ୍ରାୟ ୮୦୦ରୁ ଊଦ୍ଧ୍ୱର୍ ମହିଳା ଉଦ୍ୟୋଗୀ ଯୋଗଦେବେ । ଫେସବୁକ୍ଭାରତ ଓ ଦକ୍ଷିଣ ଏସିଆର ପଲିସି ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ରଜତ ଆରୋରା କହିଲେ ଯେ ନୂତନ ବିଶ୍ୱସ୍ତରୀୟ ଦକ୍ଷତା ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ସେମାନଙ୍କର ବ୍ୟବସାୟକୁ ବୃଦ୍ଧି କରବାରେ ସହାୟକ ହେବା ସହ ବିଶ୍ୱବଜାର ସହିତ ସେମାନଙ୍କୁ ସଂଯୁକ୍ତ କରିବ । ଏହି ବୈଠକରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସାହୁକଟକ ଓ ଭୁବନେଶ୍ୱର ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।  

ମହିଳା ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିଜର ଉତ୍ପାଦକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସୋସିଆଲ୍‌ ମିଡିଆକୁ କିଭଳି ବ୍ୟବହାର କରିବେ ସେ ବିଷୟରେ ଫେସବୁକ୍‌ ପ୍ରଶିକ୍ଷଣ ପ୍ରଦାନ କରିବ । ସେମାନଙ୍କୁ ଡିଜିଟାଲ୍‌ ସାକ୍ଷର କରାଇବା ସହ ଦକ୍ଷତା ବୃଦ୍ଧି କରିବ। ଆଜି ଏମଏସଏମଇ ସଚିବ ଶ୍ରୀ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମିଶନ ଶକ୍ତିର କମିସନର ସୁଜାତା ଆର୍‌ କାର୍ତ୍ତିକେୟନ୍‌ ଏବଂ ଶିଳ୍ପ ନିର୍ଦେଶକ ନିରଞ୍ଜନ ସାହୁ ଉପସ୍ଥିତ ଥିଲେ।

ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା ଆର କାର୍ତିକେୟନ୍ କହିଲେ ଯେ ଏହି ଧରଣର କର୍ମଶାଳା ଏମ୍ଏସ୍ଏମ୍ଇ ଓ ସ୍ୱୟଂ ସହାୟକ ଦଳମାନଙ୍କର ଡିଜିଟାଲ ଅନ୍ତର୍ଭୁକ୍ତିକରଣ ଦିଗରେ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ।

ଫେସବୁକ୍ ମାଧ୍ୟମରେ ମହିଳା ଉଦ୍ୟୋଗୀଙ୍କୁ, ଡିଜିଟାଲ ସାକ୍ଷରତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ

ସାମାଜିକ ନିରାପତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ତୃତୀୟ ଲିଙ୍ଗ ବିକାଶ କାର୍ଯ୍ୟକ୍ରମ

Related posts

ଗ୍ରାମାଞ୍ଚଳ ପାଇଁ ନୂଆ ପ୍ରସ୍ତାବ, ୧୦,୦୦୦ ଜମା ଥିଲେ ଗରିବ ନୁହଁ

ENO Beuro

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେହେବୁବା ମୁଫ୍‌ତି

ENO Beuro

ମୌସୁମୀ ଅପେକ୍ଷା ବଢିଲା, ୯ ରୁ ୧୧ ତାରିଖ ଭିତରେ ଆସିବ ମୌସୁମୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More