EnewsOdia.Com

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନବୀସ

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଆହୁରି ଗଭୀର ହୋଇଛି । ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ଶେଷ ହେବାର ଦିନକ ପୂର୍ବରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଦୁଇ ମେଣ୍ଟ ସହଯୋଗୀ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ସମାଧାନ ନ ବାହାରିବାରୁ ଫଡନବୀସ ଇସ୍ତଫା ଦେଇଛନ୍ତି । ଆସନ୍ତା କାଲି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେଉଛି । ସମ୍ବିଧାନ ଅନୁସାରେ ଏହି ତାରିଖ ପୂର୍ବରୁ ନୂଆ ବିଧାନସଭା ଗଠିତ ହେବା କଥା । କିନ୍ତୁ ନୂଆ ସରକାର ଗଠନ ହୋଇନପାରିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ ଗତ ୫ ବର୍ଷରେ ମହାରାଷ୍ଚ୍ରର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଲୋକଙ୍କ ସମର୍ଥନ ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।ସେ କହିଛନ୍ତି ଯେ ଲୋକମାନେ ବିଜେପି-ଶିବସେନା ମେଣ୍ଟକୁ ସରକାର ଗଠନ ପାଇଁ ଜନାଦେଶ ଦେଇଛନ୍ତି । କିନ୍ତୁ ଶିବସେନା ସହ ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ବୁଝାମଣା ହୋଇନାହିଁ ।

ପଢନ୍ତୁ: ମହାବଳ ବାଘକୁ ବିପଦ ‘ବୁଲବୁଲ’

ସମ୍ବନ୍ଧିତ ଖବର

ବିରୋଧୀଙ୍କୁ ୩୭୦ ଚ୍ୟାଲେଞ୍ଜ ଦେଲେ ମୋଦି

Ratnamani Maharana

କ୍ଷେତରେ ନିଆଁ ଲଗାଇ ଦିଲ୍ଲୀ ପ୍ରଦୂଷଣକୁ ବଢ଼ାଉଥିବା ୨,୯୨୩ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପଞ୍ଜାବ ସରକାର

Ratnamani Maharana

ଜମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

Ratnamani Maharana

ପରବର୍ତ୍ତୀ ଦଲାଇ ଲାମା ଚୟନ ନେଇ ଚୀନର ଦାବି

Ratnamani Maharana

ଜମ୍ମୁ କଶ୍ମୀରରେ ଉଚ୍ଛେଦ ହେଲା ବିଧାନ ପରିଷଦ

Ratnamani Maharana

ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି !

Ratnamani Maharana