ମୋ ଛେଳିକୁ ଥଣ୍ଡାଜ୍ବର ହେଉଛି…ଆଜ୍ଞା କ’ଣ କରିବି ?, ଆଜ୍ଞା ଶୋଇବା ବେଳେ କଡ଼ ଲେଉଟିଇବା ବେଳକୁ କଷ୍ଟ ଲାଗୁଛି ? ଏହିଭଳି ହୋକ୍ସ (ମିଛ) କଲରେ ଭରି ଗଲାଣି ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷ। କରୋନା ଭୂତାଣୁକୁ ନେଇ ହଇଚଇ ସୃଷ୍ଟି ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହିତ ୨ଟି ନମ୍ବର ପ୍ରଦାନ କରାଯାଇଥିଲା। ୦୬୭୪-୨୩୯୦୪୬୬ ଓ ୯୪୩୯୯୯୪୮୫୭ ନମ୍ବର ଜାରି ହୋଇଥିଲେ। କରୋନା ଭୂତାଣୁ ସଂକ୍ରମଣ ଜନିତ କୌଣସି ସୂଚନା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଥିଲା। ଗତ ୩ଦିନ ଭିତରେ ଏହି ଦୁଇ ନମ୍ବରକୁ ହଜାରରୁ ଅଧିକ କଲ୍ ଆସିଛି। ତହିଁରେ ଅନେକ କଲ୍ କରୋନା ଭୂତାଣୁ ସଂପର୍କରେ ସୂଚନା ପାଇଁ ରହିଥିବା ବେଳେ କେତେକ ଅଯଥା ପ୍ରଶ୍ନ ପଚାରୁଛନ୍ତି।
ତେବେ କିଛି ଲୋକ ଏହି ଦୁଇ ନମ୍ବରକୁ ଫୋନ୍ କିଛି ଅବାନ୍ତର ପ୍ରଶ୍ନ ପଚାରୁଛନ୍ତି। ସେମାନଙ୍କ ପାଇଁ ଏହି ଦୁଇ ନମ୍ବର ଅଯଥାରେ ବ୍ୟସ୍ତ ରହୁଛି। ନିୟନ୍ତ୍ରଣ କକ୍ଷରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏଭଳି କଲ୍କୁ ନେଇ ବିରକ୍ତ ହୋଇଗଲେଣି। ତଥାପି ଲୋକମାନେ ଏଭଳି ପ୍ରଶ୍ନ ପଚାରିବାରୁ ଓହରୁ ନାହାନ୍ତି। ଉଲ୍ଲେଖ ଯେ, ଚୀନ୍ର କିଛି ଇଞ୍ଜିନିୟର ଓ କର୍ମଚାରୀ ରାଜଧାନୀର ଏକ ମଲ୍ରେ ଥିବା ମୋବାଇଲ କମ୍ପାନିରେ କାର୍ଯ୍ୟ କରୁଥିବା ନଜରକୁ ଆସିଥିଲା। ଏହି କର୍ମଚାରୀ ଏବେ ସ୍ବାସ୍ଥ୍ୟ ବିଭାଗର ସ୍କାନରରେ ରହିଛନ୍ତି।
ପଢନ୍ତୁ: ସୁପର ଓଭରରେ ଟିମ ଇଣ୍ଡିଆର ସୁପର ବିଜୟ
2 comments