News

ଷ୍ଟେସନରେ ପାଣି ବୋତଲ କିଣୁଛନ୍ତି କି! ସାବଧାନ

Wb

ଟ୍ରେନରେ ଯାତ୍ରା ବେଳେ ପାଣି ବୋତଲ ଯାତ୍ରୀଙ୍କ ପାଇଁ ଏକ ଜରୁରୀ ସାମଗ୍ରୀ।  ପାଖରେ ଥିବା ପାଣି ସରିଗଲେ ଲୋକେ ବାଧ୍ୟ ହୁଅନ୍ତି ବାହାରେ ମିଳୁଥିବା ବୋତଲ ପାଣି ଉପରେ। ତେବେ ଏହି ବୋତଲ ପାଣି କେତେ ବିଶୁଦ୍ଧ ତାହା କେବେ ଜାଣିବାକୁ କେହି ଚେଷ୍ଟା କରନ୍ତି ନାହି। ଟ୍ରେନରେ ବିକ୍ରି ହେଉଥିବା ଅଧିକାଂଶ ପାଣି ବୋତଲରେ ବିଶୁଦ୍ଧ ପାନୀୟ  ଜଳ ନୁହେଁ। କେବଳ ବିଭିନ୍ନ ବ୍ରାଣ୍ଡର ଅରିଜିନାଲ ଷ୍ଟିକର ଲଗାଇ ପାଣି ବୋତଲ ବିକ୍ରି ହେଉଥିବାର ଅଭିଯୋଗ ଆସିବା ପରେ ରେଳ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।  ପାଖାପାଖି ୩୦୦ଟି ସ୍ଥାନରେ ରେଡ୍ କରି ୮୦୦ ଲୋକଙ୍କୁ ରେଲଓ୍ୱେ ପୁଲିସ ଗିରଫ କରିଥିବା ସୂଚନା ରହିଛି।

ଟ୍ରେନରେ ଏହି ନକଲି ପାଣି ବୋତଲ ବିକ୍ରି ପଛରେ ୪ ପ୍ୟାଣ୍ଟ୍ରୀ କାରର ମ୍ୟାନେଜରଙ୍କ ହାତ ଥିଲା। ଚଢ଼ଉ ବେଳେ ୪୮, ୮୬୦ ବୋତଲ ଜବତ ହୋଇଛି। ଆଗକୁ ମଧ୍ୟ ରେଳ ବିଭାଗ ଟ୍ରେନରେ ନକଲି ଜିନିଷ ବିକ୍ରି ହେଉଥିଲେ ତା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।

Water Bottle
Water Bottle

ସୂଚନାଯୋଗ୍ୟ, ନିକଟରେ ରେଳ ଷ୍ଟେସନ୍‌ ଓ ଟ୍ରେନ୍‌  ମଧ୍ୟରେ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଭାରତୀୟ ରେଳ ବିଭାଗ କି କି ପଦକ୍ଷେପ ଗ୍ରହଣ କରିଛି ଏବଂ ପଦକ୍ଷେପ ନେବାକୁ ଯୋଜନା ରଖିଛି ସେ ସଂପର୍କରେ ଏକ ସତ୍ୟପାଠ ଦାଖଲ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଭାରତୀୟ ରେଳ ବିଭାଗକୁ ନୋଟିସ୍‌ ଜାରି କରିଥିଲେ।

ପଢନ୍ତୁ: ଭାରତକୁ ଆତଙ୍କବାଦୀ ସଂଗଠନ ଅଲକାଏଦାର ଧମକ

Related posts

ଆରପାରିରେ ହାସ୍ୟ ଅଭିନେତା କାଦର ଖାନ୍

ENO Beuro

ଇସ୍ରୋ ୩ ମିନିଟରେ ସମ୍ପୂର୍ଣ୍ଣ କଲା ମିଶନ: ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

Ratnamani Moharana

ବର୍ଷା ଯୋଗୁ ବଢୁଛି ହୀରାକୁଦର ଜଳସ୍ତର, ୧୪ରେ ଛଡ଼ାଯିବ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ

Ratnamani Moharana

Leave a Comment