ପିଲାଚୋର ଗୁଜବକୁ ନେଇ ଭିଡିଓ ଭାଇରାଲ କଲେ ମିଳିବ ଜେଲ୍‌ ଦଣ୍ଡ !

ହିଂସାକାରୀଙ୍କ ବିରୋଧରେ ଲାଗିବ ହତ୍ୟା ଉଦ୍ୟମ ମାମଲା

ରାଜ୍ୟସାରା ଗାଁଠୁ ସହରଯାଏ, ସବୁଠି ଏବେ ପିଲାଚୋର ପ୍ରଚାର ଜୋରଦାର ଚାଲିଛି । ଏ ପ୍ରକାର ଅପପ୍ରଚାରକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଓ ଅଘଟଣ ମଧ୍ୟ ଘଟୁଛି । ଯାହାକି ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି । ପରିସ୍ଥିତି ଅଣାୟତ ହେବାରୁ ପୁଲିସ ରୋକ ଲଗାଇବା ପାଇଁ ପୁଲିସ ନିଜ ଆଡୁ ଉଦ୍ୟମ ଆରମ୍ଭ କରିଛି ।  ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ଡିଜି ପୂର୍ବରୁ ତାଗିଦ୍‌ କରିଥିଲେ, ଏବେ ପରାମର୍ଶବଳୀ ଜାରି କରିଛନ୍ତି ।

ରାଜ୍ୟରେ ପିଲା ଚୋର ଗୁଜବ ମହାମାରୀ ଭଳି ବ୍ୟାପିଲାଣି । ଓଡ଼ିଆ ଭାଷା ଜାଣିନଥିବା ସନ୍ଦିଗ୍ଧଙ୍କୁ ଲୋକେ ଲହୁଲୁହାଣ କଲେଣି । ଗତକାଲି ବାଲେଶ୍ୱରରେ ଜଣେ ମହିଳାଙ୍କୁ ଉଲଗ୍ନ କରି ନିର୍ଘାତ ମାଡ଼ ମରାଯାଇଥିଲା । ଏଭଳି ସ୍ଥିତିରେ ରାଜ୍ୟ ପୁଲିସ ବିଭାଗ ଆଜି ଉଭୟ ଜିଲ୍ଲା ପୁଲିସ ଓ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଏକ ପରାମର୍ଶବଳୀ ଜାରି କରିଛି ।

ପ୍ରତ୍ୟେକ ଥାନାର ଥାନା ଅଧିକାରୀ ନିଜ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି କୌଣସି ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ମିଳିଲେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ସାଧାରଣ ଲୋକେ ପିଲା ଚୋର ସନ୍ଦେହରେ କୌଣସି ବ୍ୟକ୍ତିଙ୍କୁ ଆକ୍ରମଣ କଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାରି ହୋଇଥିବା ପରାମର୍ଶବଳୀରେ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ଜିଲ୍ଲା ଏସ୍‌ପିଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ଡ଼ିଜି କହିଛନ୍ତି ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପିଲା ଚୋର ର‍୍ୟାକେଟ୍‌ ସକ୍ରିୟ ନାହାନ୍ତି । ଏପରି ଗୁଜବକୁ ହ୍ଵାଟସ୍‌ଆପ୍‌ ଏବଂ ଫେସ୍‌ବୁକରେ ସେୟାର କରିବାକୁ ବାରଣ କରାଯାଇଛି । ସେୟାର କରୁଥିବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବାର ସମ୍ଭାବନା ରହିଛି । ପିଲାଚୋର ଗୁଜବକୁ ନେଇ ଭିଡିଓ ଭାଇରାଲ କଲେ ଜେଲ ମଧ୍ୟ ହେବ ।

ପଢନ୍ତୁ ;

କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜରରେ ନିଆଁ !

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More